ଆର୍ଣ୍ଣିଆ ଅନ୍ତର୍ଗତ ଜମ୍ମୁ ଓ କଶ୍ମୀର ସୀମାନ୍ତରେ ପାକିସ୍ତାନ ପଟୁ ଗୁଳି ବର୍ଷଣ

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ

ନୂଆଦିଲ୍ଲୀ: ଆଜି ପାକିସ୍ତାନୀ ରେଞ୍ଜର୍‌ମାନେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଆର୍ଣ୍ଣିଆ ସେକ୍ଟର୍‌ର କେତେକ ବର୍ଡର୍‌ ଆଉଟ୍‌ପୋଷ୍ଟ୍‍ ଉପରକୁ ବୋମା ନିକ୍ଷେପ କରିବାରୁ ଆନ୍ତର୍ଜାତିକ ସୀମାନ୍ତରେ ପହରା ଦେଉଥିବା ବିଏସ୍‌ଏଫ୍‌ ଯବାନମାନେ ପାଲଟା ଜବାବ ଦେଇଛନ୍ତି।

ସକାଳ ପ୍ରାୟ ୭ଟା ବେଳେ ଜମ୍ମୁ ଅନ୍ତର୍ଗତ ଆର୍ଣ୍ଣିଆ ସେକ୍ଟର ଉପରକୁ ସୀମା ସେପାରିରୁ ବୋମା ଫିଙ୍ଗା ଯାଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମଧ୍ୟ ବୋମା ପଡୁଥିବା କଥା ବିଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବୋମା ଓ ତା’ର ପ୍ରତ୍ତ୍ୟୁତରରେ ଗୁଳି ଚଳାଯିବାରୁ ଗ୍ରାମବାସୀମାନେ ଫସି ରହିଛନ୍ତି। ଆଖପାଖର ବାସଭବନ ଥିବା ଅଞ୍ଚଳ ଏବଂ ଗାଁଗଣ୍ଡା ଉପରେ ବୋମା ଫିଙ୍ଗା ଯାଉଛି। ୮୦ ଏମ୍‌ଏମ୍‌ ଓ ୧୨୦ ଏମ୍‌ଏମ୍‌ ମୋର୍ଟାର୍‌ ସେଲ୍‌ ପଡୁଥିବା ଖବର ମିଳିଛି।

ଅଧିକାରୀ ଜଣକ କହିଛନ୍ତି: ପାକିସ୍ତାନୀ ରେଞ୍ଜର୍‌ମାନେ ତିନୋଟି ବର୍ଡର୍‌ ଆଉଟ୍‌ପୋଷ୍ଟ୍‍ ଉପରକୁ ବୋମା ଫିଙ୍ଗୁଛନ୍ତି। ସେଠାରେ ପହରା ଦେଉଥିବା ଯବାନମାନେ ତା’ର ଠିକଣା ଜବାବ ଦେଉଛନ୍ତି। ଗୁଳିଗୋଳା ବର୍ଷଣ ଯୋଗୁଁ ସେଠାରେ କେହି ମୃତାହତ ହୋଇଥିବାର ଖବର ହଠାତ୍‌ ମିଳି ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe