Pakistan-flagged ships will not enter any port in India: Indian Navy's strict orders Photograph: (sambad.in)
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ହାଇ ଆଲର୍ଟ ମୋଡ୍ରେ ଅଛନ୍ତି।
ଭାରତୀୟ ନୌସେନା ଆରବ ସାଗରରେ ସତର୍କ ରହିଛି ଏବଂ ଯୁଦ୍ଧାଭ୍ୟାସ କରୁଛି। ଭାରତୀୟ ନୌସେନା ଶନିବାର ପାକିସ୍ତାନ ପାଇଁ ନିଜର ସାମୁଦ୍ରିକ କ୍ଷେତ୍ର ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି।
ଭାରତ ପକ୍ଷରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଏକ୍ସ ହ୍ୟାଣ୍ଡେଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରାଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସୂଚନା ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟଗୁଡ଼ିକୁ ମଧ୍ୟ ଅବରୋଧ କରାଯାଇଛି।
ଅଧିକ ପଢ଼ନ୍ତୁ: ପରିଚୟ ଲୁଚାଇ ବାସ କରୁଥିବା ଗିରଫ ବାଂଲାଦେଶୀଙ୍କ ଅପରାଧିକ ରେକର୍ଡ ଯାଞ୍ଚ୍
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ୍ସ ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି। ପାକିସ୍ତାନର ଆଇଏସପିଆର ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରିଦିଆଯାଇଛି। ଏପରିକି ପାକିସ୍ତାନୀ ଅଭିନେତା-ଅଭିନେତ୍ରୀ, ପାକିସ୍ତାନୀ ଖେଳାଳି, ସାମ୍ବାଦିକ ଏବଂ ନ୍ୟୁଜ୍ ୱେବସାଇଟଗୁଡ଼ିକର ୟୁଟ୍ୟୁବ ଏବଂ ଏକ୍ସ ଆକାଉଣ୍ଟଗୁଡ଼ିକୁ ମଧ୍ୟ ଅବରୋଧ କରାଯାଇଛି।
ଅଧିକ ପଢ଼ନ୍ତୁ: ବସ୍ ଚଢ଼ିଯିବାରୁ କଟିଗଲା ଯୁବକଙ୍କ ହାତ
India | pakistan | pahalgam-terror-attack
Follow Us