ଭାରତର ପଦାଙ୍କ ଅନୁସରଣ କଲା ପାକିସ୍ତାନ: ବିଦେଶକୁ ସାଂସଦଙ୍କ ପ୍ରତିନିଧିମଣ୍ଡଳ ପଠାଇବ, ବିଲାୱାଲ ଭୁଟ୍ଟୋ ଦାୟିତ୍ୱ ନେବେ

ଭାରତର ପଦାଙ୍କ ଅନୁସରଣ କରି ପାକିସ୍ତାନ ବିଦେଶକୁ ସାଂସଦଙ୍କ ପ୍ରତିନିଧିମଣ୍ଡଳ ପଠାଇବ। ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବାକୁ ଅନୁରୋଧ କରିଛନ୍ତି...

Pakistan followed India's lead: Will send MP's representative to foreign country, Bilalwal Bhutto will take charge

Pakistan followed India's lead: Will send MP's representative to foreign country, Bilalwal Bhutto will take charge Photograph: (sambad.in)

ଇସଲାମାବାଦ: ଭାରତ ବିଶ୍ୱସ୍ତରୀୟ ମଞ୍ଚରେ ସୀମାପାର ଆତଙ୍କବାଦ ବିରୋଧରେ ଲଢ଼େଇ ସମ୍ପର୍କରେ ଅବଗତ କରିବା ପାଇଁ ଏକ ସାତ ଦଳୀୟ ପ୍ରତିନିଧିମଣ୍ଡଳୀ ପଠାଇବା ଘୋଷଣା କରିବାର କିଛି ଘଣ୍ଟା ପରେ, ପାକିସ୍ତାନ ମଧ୍ୟ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀଙ୍କ ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ଦଳ ପଠାଇବାର ଯୋଜନା ସମ୍ପର୍କରେ ପ୍ରକାଶ କରିଛି।

ପୂର୍ବରୁ, ଭାରତ ସରକାର କହିସାରିଛନ୍ତି ଯେ,  ଉତ୍ତର ଆମେରିକା, ୟୁରୋପ ଏବଂ ପଶ୍ଚିମ ଏସିଆର ପ୍ରମୁଖ ରାଜଧାନୀଗୁଡ଼ିକୁ ନିଜର ପ୍ରତିନିଧିମଣ୍ଡଳ ପଠାଇବେ। ଯେଉଁଥିରେ ବିଭିନ୍ନ ଦଳର ସାଂସଦ, ପୂର୍ବତନ କୂଟନୀତିଜ୍ଞ ଏବଂ ବରିଷ୍ଠ ନେତାମାନେ ସାମିଲ ହେବେ। ଏହି ପ୍ରତିନିଧୀ ଦଳରେ ଶଶି ଥରୁର (କଂଗ୍ରେସ), ରବି ଶଙ୍କର ପ୍ରସାଦ (ବିଜେପି), ଗୁଲାମ ନବୀ ଆଜାଦ (ଡିପିଏପି) ଏବଂ ଆସାଦୁଦ୍ଦିନ ଓୱାଇସି (ଏଆଇଏମଆଇଏମ)ଙ୍କ ନାମ ରହିଛି।

ଏହି ପ୍ରତିନିଧିମଣ୍ଡଳର ଲକ୍ଷ୍ୟ ହେଉଛି ବିଶ୍ୱ ସ୍ତରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ସମ୍ପର୍କରେ ଅବଗତ କରାଇବା। ଏହା ବ୍ୟତୀତ, ଏଥିରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନର ବୈଧତା ସ୍ପଷ୍ଟ କରିବା ଏବଂ ବିଶ୍ୱ ସମ୍ପ୍ରଦାୟରୁ  ସମର୍ଥନ ହାସଲ କରିବା ।

ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବାକୁ ଅନୁରୋଧ କରିଛନ୍ତି। ମୁଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରିଛି ଏବଂ ଏହି କଷ୍ଟକର ସମୟରେ ପାକିସ୍ତାନର ସେବା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରତିନିଧି ଦଳରେ ହିନା ରବାନୀ ଖାର (ପୂର୍ବତନ ଉପ-ବୈଦେଶିକ ମନ୍ତ୍ରୀ), ଖୁରମ ଦସ୍ତଗିର ଖାନ (ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ), ଜଲିଲ ଆବାସ ଜିଲାନି (ପୂର୍ବତନ ବୈଦେଶିକ ସଚିବ), ତାରିକ ଫାତମି (ରୁଷିଆ ଗସ୍ତ ପାଇଁ)ଙ୍କ ନାମ ରହିଛି। ପାକିସ୍ତାନୀ ପ୍ରତିନିଧି ଦଳ ଆମେରିକା, ୟୁକେ, ବେଲଜିୟମ, ଫ୍ରାନ୍ସ ଏବଂ ରୁଷିଆ ଗସ୍ତ କରିବେ।

ପାକିସ୍ତାନ ସମ୍ପ୍ରତି କଶ୍ମୀର, ସିନ୍ଧୁ ଜଳ ଚୁକ୍ତିନାମା ଏବଂ ଆତଙ୍କବାଦ ଭଳି ପ୍ରସଙ୍ଗରେ ଭାରତ ସହିତ ଆଲୋଚନା କରିବାକୁ ଇଚ୍ଛୁକତା ପ୍ରକାଶ କରିଛି। ତଥାପି, ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆତଙ୍କବାଦ ପ୍ରସଙ୍ଗ ବ୍ୟତୀତ ଅନ୍ୟ କୌଣସି ବିଷୟରେ ଆଲୋଚନା ହେବ ନାହିଁ।

ଏସ୍ ଜୟଶଙ୍କର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ଉପରେ ଆଲୋଚନା ସ୍ଥଗିତ ରହିବ। ଜମ୍ମୁ-କଶ୍ମୀର ଉପରେ ଆଲୋଚନା ହେଉଥିବା ଏକମାତ୍ର ପ୍ରସଙ୍ଗ ହେଉଛି ପାକିସ୍ତାନ ଦ୍ୱାରା ଅଧିକୃତ ଅଞ୍ଚଳକୁ ଭାରତକୁ ହସ୍ତାନ୍ତର କରିବା।

୭ ମେ’ରେ, ଭାରତ ୯ଟି ସ୍ଥାନରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ସଠିକ ଆକ୍ରମଣ କରିଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଚାରି ଦିନ ଧରି ଯୁଦ୍ଧ ଭଳି ପରିସ୍ଥିତି ଜାରି ରହିଲା। ମେ’ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଏକ ଅନୌପଚାରିକ ଯୁଦ୍ଧବିରତି ସ୍ଥିର ହୋଇଥିଲା। ସେହି ସମୟରେ, ୧୮ ମେ’ ରବିବାର, ପୁଣି ଥରେ ଡିଜିଏମଓ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ।

India | pakistan | OperationSindoor

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe