ଜଟିଳ ହୃଦରୋଗରେ ପୀଡ଼ିତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ଜଟିଳ ହୃଦରୋଗରେ ପୀଡ଼ିତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମାସେ ହେବ ଲଣ୍ଡନରେ ଅଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଗୁରୁବାର ନଓ୍ଵାଜଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଦନାନ ଖାଁ  ନଓ୍ଵାଜ ଜଟିଳ ହୃଦରୋଗରେ ପୀଡ଼ିତ ଅଛନ୍ତି, ତାଙ୍କର ସ୍କାନ୍‌ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ପ୍ରଥମରୁ ସରିଫଙ୍କର ରକ୍ତରେ ପ୍ଲେଟଲେଟ କାଉଣ୍ଟ କମ୍‌ ଥିବା ଜଣା ପଡ଼ିଥିଲା। ଏବେ  ହୃଦରୋଗ ଜନିତ ଅସୁସ୍ଥତା କ୍ରମଶଃ ଜଟିଳ ହୋଇପଡ଼ୁଛି । ତାଙ୍କର ସ୍ୱାସ୍ଥ୍ୟର ଆଉ କିଛି ପରୀକ୍ଷା କରାଯିବାର ଅଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଦନାନ ଖାଁ କହିଛନ୍ତି।

ସୂଚନାଯୋଗ୍ୟ, ଦୁର୍ନୀତି ମାମଲାରେ ଜେଲରେ ସଜା କାଟୁଥିବା ନଓ୍ଵାଜ ସରିଫଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ଇସ୍ଲାମାବାଦ ହାଇକୋର୍ଟ ତାଙ୍କୁ ଚିକିତ୍ସା ଲାଗି ଜାମିନ ପ୍ରଦାନ କରିଥିଲେ। ଜାମିନ୍‌ ମିଳିବାର ତିନି ସପ୍ତାହ ପରେ ଅର୍ଥାତ  ନଭେମ୍ବର ୧୬ରେ ତାଙ୍କ ଭାଇ ଶାହବାଜ ସରିଫଙ୍କ ସହିତ ସେ ତାଙ୍କ ଚିକିତ୍ସା ପାଇଁ ଲଣ୍ଡନରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe