Image Courtesy of NDTV
ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ତଥା ଲସ୍କର ପ୍ରତିଷ୍ଠାତା ହାଫିଜ୍ ସୟିଦ ଏବେ ଜେଲ୍ରେ ନାହିଁ। ହାଫିଜ୍କୁ ଜେଲ୍ରୁ ଖଲାସ କରି ଦେଇଛି ପାକିସ୍ତାନ। ସେ ଏବେ ଲାହୋରର ଜୋହର ଟାଉନ୍ ହାଉସ୍ ସ୍ଥିତ ବାସଭବନରେ ରହୁଛି ଏବଂ ସେଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛି। ହାଫିଜ୍ ୨୦୧୯ ଜୁଲାଇରେ ଗୃହବନ୍ଦୀ ରହିଥିଲା। ପରେ ତାକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା। ତେବେ ହାଫିଜ୍କୁ ପାକିସ୍ତାନ ଗିରଫ କରିବା ଏବଂ ତାକୁ ଦୋଷୀସାବ୍ୟସ୍ତ କରିବା ଇମ୍ରାନ୍ ସରକାରଙ୍କର ଏକ ଚାଲ୍ ଥିଲା। କେବଳ ଏଫ୍ଏଟିଏଫ୍ ‘ବ୍ଲାକ୍ ଲିଷ୍ଟ୍’ରୁ ବର୍ତ୍ତିବାପାଇଁ ପାକିସ୍ତାନ ଏଭଳି କରିଥିଲା। ବାସ୍ତବରେ ହାଫିଜ୍ ଜେଲ୍ରେ ନାହିଁ। ସେ ତା’ ଘରେ ହିଁ ରହିଛି। ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିଛି। ପାକିସ୍ତାନ ସରକାରର ଏଭଳି ଷଡ଼ଯନ୍ତ୍ର ବିରୋଧରେ ଏଫ୍ଏଟିଏଫ୍କୁ ଅବଗତ କରାଯାଇଛି।
Follow Us