ଭାରତରେ ଆତଙ୍କବାଦୀ ଆକ୍ରମଣ ଲାଗି ରୋହିଙ୍ଗ୍ୟାଙ୍କୁ ତାଲିମ ଦେବାକୁ ବାଂଲାଦେଶର ‘ଜମାତ୍‌-ଉଲ୍‌-ମୁଜାହିଦୀନ୍‌’କୁ ପାଣ୍ଠି ଯୋଗାଉଛି ପାକିସ୍ତାନ

Advertisment
ଭାରତରେ ଆତଙ୍କବାଦୀ ଆକ୍ରମଣ ଲାଗି ରୋହିଙ୍ଗ୍ୟାଙ୍କୁ ତାଲିମ ଦେବାକୁ ବାଂଲାଦେଶର ‘ଜମାତ୍‌-ଉଲ୍‌-ମୁଜାହିଦୀନ୍‌’କୁ ପାଣ୍ଠି ଯୋଗାଉଛି ପାକିସ୍ତାନ

Image Source: Zee News

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ ଏବଂ ଅସ୍ଥିରତା ସୃଷ୍ଟି କରାଇବାକୁ ଦଳେ ‘ରୋହିଙ୍ଗ୍ୟା’ଙ୍କୁ ତାଲିମ ଦେବା ନିମନ୍ତେ ପାକିସ୍ତାନ ବାଂଲାଦେଶର ଆତଙ୍କବାଦୀ ସଙ୍ଗଠନ ‘ଜମାତ-ଉଲ୍‌-ମୁଜାହିଦୀନ୍‌’କୁ ପାଣ୍ଠିଯୋଗାଉଛି। ପାକିସ୍ତାନର ‘ଇଣ୍ଟର୍‌-ସର୍ଭିସ୍‌ ଇଣ୍ଟେଲିଜେନ୍‌ସ୍‌’ ଏହି ଆର୍ଥିକ ସହାୟତା ଯୋଗାଉଥିବା କଥା ଭାରତୀୟ ଗୁଇନ୍ଦା ଏଜେନ୍‌ସି ସୂଚନା ଦେଇଛି।

ବାଂଲାଦେଶର କୋକ୍ସ ବଜାରରେ ବସବାସ କରୁଥିବା ଅନ୍ୟୂନ ୪୦ ଜଣ ରୋହିଙ୍ଗ୍ୟାଙ୍କୁ ଏହି ଅଭିଯାନ ଲାଗି ‘ଆଇଏସ୍‌ଆଇ’ ଚୟନ କରିଥିବା କଥା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ବାଂଲାଦେଶର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଙ୍ଗଠନ ‘ଜମାତ୍‌-ଉଲ୍‌-ମୁଜାହିଦୀନ୍‌’ ସେମାନଙ୍କୁ ତାଲିମ ଦେଉଛି।

publive-image Image Source: India Today

ତାଲିମ ବାବଦ ଖର୍ଚ୍ଚ ନିମନ୍ତେ ‘ଆଇଏସ୍‌ଆଇ’ ସାଉଦି ଆରବ, ମାଲେସିଆ, ଇଂଲଣ୍ଡ୍‌ ଏବଂ ପାକିସ୍ତାନରୁ ପାଣ୍ଠି ଯୋଗାଡ଼ କରୁଛି। ପ୍ରଥମ ପର୍ଯ୍ୟାୟରେ ‘ଆଇଏସ୍‌ଆଇ’ ‘ଜମାତ୍‌-ଉଲ୍‌-ମୁଜାହିଦୀନ୍‌’କୁ ୧ କୋଟି ଟଙ୍କା ଦେଇ ସାରିଛି।

ଏ ବିଷୟରେ ଗୁଇନ୍ଦା ବିଭାଗ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’, ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ’ ଏବଂ ‘ରିସର୍ଚ ଆଣ୍ଡ୍‌ ଆନାଲିସିସ୍‌ ଉଇଙ୍ଗ୍‌’କୁ ସୂଚନା ଦେଇଛି। ସେମାନେ ‘ଜମାତ୍‌-ଉଲ୍‌-ମୁଜାହିଦୀନ୍‌’ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଏବଂ ରୋହିଙ୍ଗ୍ୟାଙ୍କ ଗତିବିଧି ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe