ସେନାକୁ ଅନୁମତି ଦେଲା ପାକିସ୍ତାନ: ତୁମେ ବି ଜବାବ ଦିଅ, ୪୮ ଘଣ୍ଟା ପାଇଁ ପାକିସ୍ତାନ ବାୟୁସୀମା ବନ୍ଦ

Advertisment

‘ଅପରେସନ୍‌ ସିନ୍ଦୂର’ର ଜବାବ ଦେବାପାଇଁ ପାକିସ୍ତାନ ପ୍ରସ୍ତୁତି ଆରମ୍ଭ କରିଛି। ପିଓକେ ଓ ପାକିସ୍ତାନର ଅଭ୍ୟନ୍ତରୀଣ ଅଞ୍ଚଳରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ବୁଧବାର....

‘ଅପରେସନ୍‌ ସିନ୍ଦୂର’ର ଜବାବ ଦେବାପାଇଁ ପାକିସ୍ତାନ ପ୍ରସ୍ତୁତି ଆରମ୍ଭ କରିଛି। ପିଓକେ ଓ ପାକିସ୍ତାନର ଅଭ୍ୟନ୍ତରୀଣ ଅଞ୍ଚଳରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ବୁଧବାର....

fddfvcvc

ଇସଲାମାବାଦ: ‘ଅପରେସନ୍‌ ସିନ୍ଦୂର’ର ଜବାବ ଦେବାପାଇଁ ପାକିସ୍ତାନ ପ୍ରସ୍ତୁତି ଆରମ୍ଭ କରିଛି। ପିଓକେ ଓ ପାକିସ୍ତାନର ଅଭ୍ୟନ୍ତରୀଣ ଅଞ୍ଚଳରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ବୁଧବାର କହିଛି ଯେ ଆକ୍ରମଣର ଜବାବ ଦେବାପାଇଁ ଏହା ସେନାବାହିନୀକୁ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତ‌ା ପ୍ରଦାନ କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ଅଧ୍ୟକ୍ଷତାରେ ଏନ୍‌ଏସ୍‌ସି (ଜାତୀୟ ସୁରକ୍ଷା କମିଟି) ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଭ‌ାରତର ଆକ୍ରମଣର ଜବାବ ଦେବାର ଅଧିକାର ଆମର ରହିଛି ଏବଂ ଆମେ କଡ଼ା ଜବାବ ଦେବୁ ବୋଲି ସରିଫ୍‌ କହିଛନ୍ତି। ଭାରତର ଆକ୍ରମଣକୁ ପାକିସ୍ତାନ ଅନ୍ୟାୟପୂର୍ଣ୍ଣ ଆକ୍ରମଣ ବୋଲି କହିଛି। ଜାଣିଶୁଣି ମହିଳା ଓ ଶିଶୁ ସମେତ ପାକିସ୍ତାନୀ ନାଗରିକଙ୍କୁ ଟାର୍ଗେଟ୍‌ କରି ଏହି ଆକ୍ରମଣ ହୋଇଛି ବୋଲି ପାକିସ୍ତାନ ଦାବି କରିଛି। ୟୁଏନ୍‌ ଚାର୍ଟର୍‌ର ଧାରା ୫୧କୁ ଦର୍ଶାଇ ଏନ୍‌ଏସ୍‌ସି କହିଛି ପାକିସ୍ତାନ ନିଜ ନାଗରିକଙ୍କ ମୃତ୍ୟୁ ଏବଂ ଏହାର ସାର୍ବଭୌମତ୍ବ ଉଲ୍ଲଂଘନର ପ୍ରତିଶୋଧ ନେବାର ଅଧିକାର ରଖୁଛି। 

ଏନ୍‌ଏସ୍‌ସି ଏକ ବିବୃତି‌ ଜାରି କରି ଏହାର ପରିସରରେ ଆତଙ୍କବାଦୀ ଶିବିର ଥିବା ସଂକ୍ରାନ୍ତ ଭାରତର 
ଅଭିଯୋଗକୁ ଖଣ୍ଡନ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଏକ ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନ ଦାବି କରୁଥିବାବେଳେ ଏହାକୁ ଗ୍ରହଣ କରାଯାଇନାହିଁ ବୋଲି ଏନ୍‌ଏସ୍‌ସି କହିଛି। ପାକିସ୍ତାନର ସାର୍ବଭୌମତ୍ବ ଏବଂ ଭୌଗୋଳିକ ଅଖଣ୍ଡତାକୁ ଭାରତ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନ ଓ ପିଓକେରେ ହୋଇଥିବା‌ ଆକ୍ରମଣ ଅତ୍ୟନ୍ତ ଘୃଣ୍ୟ ଏବଂ ଏହାର ଜବାବ ଦେବା ଆମ ପାଇଁ ଅପରିହାର୍ଯ୍ୟ। ଇତିମଧ୍ୟରେ ପାକିସ୍ତାନ ଏହାର ବାୟୁସୀମା ବନ୍ଦ କରିଦେଇଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପାକିସ୍ତାନ ଏହାର ବାୟୁସୀମା ସମସ୍ତ ରାଷ୍ଟ୍ର ପାଇଁ ବନ୍ଦ ରଖିଛି। କେବଳ କିଛି ଆବଶ୍ୟକୀୟ ବିମାନ ଉଡ଼ାଣ ପାଇଁ ପାକିସ୍ତାନ ଅନୁମତି ଦେଇଛି। ଅନ୍ୟପକ୍ଷରେ ପାକିସ୍ତାନ ସେନା ବୁଧବାର ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ଆଗୁଆ ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରବଳ ଗୁଳିମାଡ଼ ଏବଂ ମୋର୍ଟାର ମାଡ଼ କରିଛି। ଏହି ଘଟଣାରେ ୧୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe