କର୍ତ୍ତାରପୁର କରିଡର ପଛରେ ରହିଛି ପାକିସ୍ତାନର ‘ଗୁପ୍ତ ଏଜେଣ୍ଡା’; ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ

Advertisment
କର୍ତ୍ତାରପୁର କରିଡର ପଛରେ ରହିଛି ପାକିସ୍ତାନର ‘ଗୁପ୍ତ ଏଜେଣ୍ଡା’; ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ

ANI

ନୂଆଦିଲ୍ଲୀ/ ଚଣ୍ଡିଗଡ଼: କର୍ତ୍ତାରପୁର କରିଡର୍‌ ପଛରେ ପାକିସ୍ତାନର ‘ଗୁପ୍ତ ଏଜେଣ୍ଡା’ ଓ ନିହିତ ସ୍ବାର୍ଥ ରହିଛି ବୋଲି ଆଜି କହିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ। ପାକିସ୍ତାନ ସରକାରଙ୍କ ଦ୍ବାରା କର୍ତ୍ତାରପୁର କରିଡର ଉପରେ ରିଲିଜ୍‌ ହୋଇଥିବା ଭିଡିଓ ଆଡ଼କୁ ଅଙ୍ଗଳି ନିର୍ଦ୍ଦେଶ ପୂର୍ବକ ଏପରି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ।

ପାକିସ୍ତାନ ପକ୍ଷରୁ ରିଲିଜ୍‌ ହୋଇଥିବା କର୍ତ୍ତାରପୁର କରିଡର୍‌ ଭିଡିଓରେ ତିନି ଜଣ ନିହତ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଫଟୋ ଥିବାରୁ ଏ ଭିଡିଓ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ଭାଇରାଲ ହେବା ସହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

publive-image New Indian Express

ଏହି ଭିଡିଓରେ କର୍ତ୍ତାରପୁରର ଡେରା ବାବା ନାନକ ସାହେବ ଗୁରୁଦ୍ବାରା ପୃଷ୍ଠଭୂମିରେ ତିନି ଜଣ ନିହତ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଜର୍ଣ୍ଣେଲ୍‌ ସିଂହ ଭିନ୍ଦ୍ରାନ୍‌ଵାଲେ, ଅମରିକ ସିଂହ ଖଲସା ଏବଂ ମେଜର୍‌ ଜେନେରାଲ୍‌ (ବହିଷ୍କୃତ) ଶାବେଗ୍‌ ସିଂହଙ୍କୁ ଦେଖିବାକୁ ମିଳିଛି। ଗତ ୧୯୮୪ରେ ହୋଇଥିବା ଅପରେସନ୍‌ ବ୍ଲୁ ଷ୍ଟାର୍‌ରେ ଏହିସବୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାମାନେ ନିହତ ହୋଇଥିଲେ।
ଏହି ପୃଷ୍ଠଭୂମିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ କହିଛନ୍ତି ଯେ ଶିଖ୍‌ ସମ୍ପ୍ରଦାୟ ଏହି କରିଡର୍‌ ଖୋଲିବାକୁ ଦୀର୍ଘ ୭୦ ବର୍ଷ ଅପେକ୍ଷା କରିଥିବା ବେ‌େଳ ଏବେ ପାକିସ୍ତାନ କର୍ତ୍ତାରପୁର କରିଡରରକୁ ନେଇ ନିଜର ଯେଉଁ ମାତ୍ରାଧିକ ଆଗ୍ରହ ଦେଖାଇଛି ସେଥିରେ ତାକୁ ବିଶ୍ୱାସ କରାଯାଇ ନ ପାରେ। ଏ ଆଗ୍ରହ ପଛରେ ପାକିସ୍ତାନର ‘ଗୁପ୍ତ ଏଜେଣ୍ଡା’ ଓ ନିହିତ ସ୍ବାର୍ଥ ରହିଛି ବୋଲି କହିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe