ସିନ୍ଧୁଜଳ ଚୁକ୍ତି ସ୍ଥଗିତ ନେଇ ପାକିସ୍ତାନ ଘାଇଲା; ପାଣି ବୋହିବ, ନ ହେଲେ ରକ୍ତ: ବିଲାୱଲ ଭୁଟ୍ଟୋ

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ-ପାକିସ୍ତାନ ମଧ୍ୟ‌‌ରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ତାଙ୍କ ନିରବତା ଭାଙ୍ଗିଛନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ-ପାକିସ୍ତାନ ମଧ୍ୟ‌‌ରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ତାଙ୍କ ନିରବତା ଭାଙ୍ଗିଛନ୍ତି।

gfgfbbv

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ-ପାକିସ୍ତାନ ମଧ୍ୟ‌‌ରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ତାଙ୍କ ନିରବତା ଭାଙ୍ଗିଛନ୍ତି। ସିନ୍ଧୁ ଜଳ ଚୁକ୍ତି ରଦ୍ଦ ହେବା ପ୍ରସଙ୍ଗରେ ଭାରତକୁ ଚେତାବନୀ ଦେଇ ସରିଫ୍‌ କହିଛନ୍ତି, ପାକିସ୍ତାନକୁ ଜଳ କମାଇବା କିମ୍ବା ଜଳ ପ୍ରବାହର ଦିଗ ବଦଳାଇବାକୁ ଉଦ୍ୟମ କଲେ ପୂର୍ଣ୍ଣ କ୍ଷମତାର ସହ ଜବାବ ଦିଆଯିବ। ସିନ୍ଧୁ ନଦୀ ପାକିସ୍ତାନ ପାଇଁ ଜୀବନରେଖା ଏବଂ ଏହା ପାକିସ୍ତାନର ୮୦ ପ୍ରତିଶତ ଚାଷ ଜମି ପାଇଁ ଜଳ ଯୋଗାଏ। ଏହାବାଦ୍‌ ଦେଶର ଏକ ତୃତୀୟାଂଶ ଜଳବିଦ୍ୟୁତ୍‌ ମଧ୍ୟ ସିନ୍ଧୁ ନଦୀ ଜଳ ଉପରେ ନିର୍ଭର କରେ। ସରିଫ୍‌ କହିଛନ୍ତି, ଆମ ସେନାବାହିନୀ ଦେଶକୁ ସୁରକ୍ଷା ଦେବାପାଇଁ ଏବଂ ଦେଶର ସାର୍ବଭୌମତ୍ବ ରକ୍ଷା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ।    

କଡ଼ା ଜବାବ ମିଳିବ: ସରିଫ୍‌, ତଦନ୍ତ ପାଇଁ ରାଜି

 ପହଲଗାମ ଆତଙ୍କବାଦୀ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତୁତ ରହିଛି ବୋଲି ସରିଫ୍‌ କହିଛନ୍ତି। ପହଲଗାମରେ ହୋଇଥିବା ଆକ୍ରମଣ ପାଇଁ ଯେଉଁ ଦୋଷ ଲଦାଚାଲିଛି ତାହା ବନ୍ଦ ହେବା ଉଚିତ ବୋଲି କହି ସରିଫ୍‌ ନିଜ ରାଷ୍ଟ୍ରକୁ ‘ଦାୟିତ୍ବବାନ’ ବୋଲି କହିଛନ୍ତି। ପାକିସ୍ତାନ ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ଟିପ୍ପଣୀକୁ ଦୋହରାଇ ସେ କହିଛନ୍ତି, ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନା କାଶ୍ମୀରକୁ ଦେଶର ମୁଖ୍ୟ ଅଂଶ ବୋଲି କହୁଥିଲେ। କାଶ୍ମୀରରେ ଲୋକମାନେ ସେମାନଙ୍କ ଅଧିକାର ପାଇବା ପର୍ଯ୍ୟନ୍ତ ପାକିସ୍ତାନ ସମର୍ଥନ ଜାରି ରଖିବା ଉଚିତ ବୋଲି ‌‌ପ୍ରତିଷ୍ଠାତାଙ୍କ ପରାମର୍ଶ ଆମର ନୀତି ବୋଲି ସରିଫ୍‌ ବୟାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୨ ତାରିଖରେ ପହଲଗାମର ବୈସାରଣ ଉପତ୍ୟକାରେ ପାକିସ୍ତାନୀ ଓ ସ୍ଥାନୀୟ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଥିବା ବେଳେ ପାକିସ୍ତାନ ବିରୋଧରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବାତିଲ ଘୋଷଣା କରି ଭାରତ ସେହି ଆଧାରରେ ପଦକ୍ଷେପ ନେବା ଆରମ୍ଭ କରିଛି।

ପାଣି ବୋହିବ, ନ ହେଲେ ରକ୍ତ: ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ-ଜର୍ଦାରୀ ଆଜି ଭାରତକୁ ଧମକ ଦେଇ କହିଛନ୍ତି, ହୁଏତ ସିନ୍ଧୁନଦୀରେ ଜଳ ପ୍ରବାହିତ ହେବ କିମ୍ବା ସେମାନଙ୍କ ରକ୍ତ ପ୍ରବାହିତ ହେବ। ୧୯୬୦ ମସିହାରୁ ଚାଲିଥିବା ସିନ୍ଧୁଜଳ ଚୁକ୍ତିକୁ ଆନୁଷ୍ଠାନିକ ଭାବେ ସ୍ଥଗିତ ରଖିବାକୁ ଭାରତର ନିଷ୍ପତ୍ତି ଉପରେ ସେ ଏଭଳି ମନ୍ତବ୍ୟ ଦେଇଥିବା ବେଳେ ଭାରତ ସରକାର ଏବେ ସିନ୍ଧୁ ଜଳକୁ ରୋକିବା ପାଇଁ ତ୍ବରିତ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। ବିଲାୱଲ ଭାରତ ବିରୋଧରେ ବିଷୋଦ୍‌ଗାର କରି କହିଛନ୍ତି, ସେ (ମୋଦୀ) କହୁଛନ୍ତି ଯେ ସେମାନେ ହଜାର ହଜାର ବର୍ଷ ପୁରୁଣା ସଭ୍ୟତାର ଉତ୍ତରାଧିକାରୀ। କିନ୍ତୁ ସେହି ସଭ୍ୟତା ଲାର୍କାନାର ମହେଞ୍ଜୋଦାରୋରେ ରହିଛି। ଆମେ ଏହାର ପ୍ରକୃତ ରକ୍ଷକ ଏବଂ ଆମେ ଏହାକୁ ରକ୍ଷା କରିବୁ ବୋଲି ସେ ଏକ ରାଲିରେ କହିଛନ୍ତି। ଭାରତର କାର୍ଯ୍ୟାନୁଷ୍ଠାନରେ ବ୍ୟତିବ୍ୟସ୍ତ ପାକ୍‌ ନେତା କହିଛନ୍ତି- ‘ଭାରତ ପହଲଗାମ ଘଟଣା ପାଇଁ ପାକିସ୍ତାନ ବିରୋଧରେ ଅଭିଯୋଗ ଆଣିଛି। ମୋଦୀ ନିଜ ଦୁର୍ବଳତାକୁ ଲୁଚାଇବା ଓ ଲୋକଙ୍କୁ ଠକିବା ପାଇଁ ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ ଏକତରଫା ଭାବେ ସିନ୍ଧୁଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଅଧୀନରେ ସିନ୍ଧୁ ପାକିସ୍ତାନର ବୋଲି ଭାରତ ସ୍ୱୀକାର କରିଥିଲା। ସିନ୍ଧୁ ତଟରେ ଠିଆ ହୋଇ ମୁଁ ଭାରତକୁ କହିବାକୁ ଚାହୁଛି ଯେ ସିନ୍ଧୁ ଆମର ଓ ଆମର ହୋଇ ରହିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe