ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ପାଇଁ ଆକ୍ସନ୍‌ ପ୍ଲାନ୍‌ ଶେଷ କରିବାକୁ ପାକିସ୍ତାନକୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଲା ‘ଏଫ୍‌ଏଟିଏଫ୍‌’

Advertisment
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ପାଇଁ ଆକ୍ସନ୍‌ ପ୍ଲାନ୍‌ ଶେଷ କରିବାକୁ ପାକିସ୍ତାନକୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଲା ‘ଏଫ୍‌ଏଟିଏଫ୍‌’

Image Source: Hindustan Times

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ବେଆଇନ୍‌ ଅର୍ଥ ଉପାର୍ଜ୍ଜନକୁ ପ୍ରତିରୋଧ କରିବା ନିମନ୍ତେ ଆକ୍ସନ୍‌ ପ୍ଲାନ୍‌ ଶେଷ କରିବାକୁ ପାକିସ୍ତାନକୁ ଅକ୍ଟୋବର ମାସ ଯାଏଁ ‘ଫାଇନାନ୍‌ସିଆଲ୍‌ ଆକ୍‌ସନ୍‌ ଟାସ୍କ୍‌ ଫୋର୍ସ’ (ଏଫ୍‌ଏଟିଏଫ୍‌) ସମୟ ଦେଇଛି। ଏଥିରେ ବିଫଳ ହେଲେ ପାକିସ୍ତାନକୁ କଳାତାଲିକାଭୁକ୍ତ କରାଯିବାର ସମ୍ଭାବନା ଅଛି। ଏବେ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ୍‍’ରେ ରହିବ।

ଫ୍ଲୋରିଡାର ଅର୍ଲାଣ୍ଡୋ ଠାରେ ପ୍ଲେନେରି ମିଟିଙ୍ଗ୍‌ ପରେ ଏକ ବିବୃତିରେ ଏଫ୍‌ଏଟିଏଫ୍‌ ଚିନ୍ତା ପ୍ରକଟ କରିଛି ଯେ କେବଳ ଯେ ପାକିସ୍ତାନ ଜାନୁଆରି ସୁଦ୍ଧା ଆକ୍‌ସନ୍‌ ପ୍ଲାନ୍‌ ପୂର୍ଣ୍ଣ କରିବାରେ ବିଫଳନ ହୋଇଛି, ତାହା ନୁହେଁ; ୨୦୧୯ ମେସ ସୁଦ୍ଧା ସାରିବାକୁ ଥିବା ଆକ୍‌ସନ୍‌ ପ୍ଲାନ୍‌ ଆଇଟମ୍‌ଗୁଡ଼ିକ ସାରିବାରେ ବି ବିଫଳ ହୋଇଛି।

publive-image Image Source: India Today

୨୦୧୯ ଅକ୍ଟୋବର ସୁଦ୍ଧା ତୁରନ୍ତ ତା’ର ଆକ୍‌ସନ୍‌ ପ୍ଲାନ୍‌ ଶେଷ କରୁ ବୋଲି ଯୋର୍‌ ଦେଇ ‘ଏଫ୍‌ଏଟିଏଫ୍‌’ ପାକିସ୍ତାନକୁ କହିଛି। ଅକ୍ଟୋବର ମାସରେ ହିଁ ଆକ୍‌ସନ୍‌ ପ୍ଲାନ୍‌ର ଶେଷ ପର୍ଯ୍ୟାୟ ସରୁଛି। ଏଥିରେ ବିଫଳ ହେଲେ ‘ଏଫ୍‌ଏଟିଏଫ୍‌’ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ।

‘ଗ୍ରେ ଲିଷ୍ଟ୍‍’ରୁ ମୁକ୍ତ ହେବାକୁ ଅକ୍ଟୋବାର ମାସରେ ପ୍ୟାରିସ୍‌ ଠାରେ ହେବାକୁ ଥିବା ପ୍ଲେନାରି ବୈଠକରେ ପାକିସ୍ତାନ ୧୫ଟି ଦେଶର ସମର୍ଥନ ଦରକାର କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe