ଶ୍ରୀନଗର: ପାକିସ୍ତାନ ଦ୍ୱାରା ତାଲିମ୍ପ୍ରାପ୍ତ ଦୁଇଜଣ ଲସ୍କର ଏ ତୋଏବା (ଏଲ୍ଇଟି) ଆତଙ୍କବାଦୀ ଆଜି ଉତ୍ତର କଶ୍ମୀରର ବାରମୁଳା ଜିଲ୍ଲାରୁ ଗିରଫ ହୋଇଛନ୍ତି। ଜମ୍ମୁ କଶ୍ମୀରର କ୍ରିରି ବାସିନ୍ଦା ଅବଦୁଲ ମଜିଦ୍ ଭଟ୍ ଏବଂ ଏବଂ ପାଟ୍ଟନ୍ ବାସିନ୍ଦା ମହମ୍ମଦ ଆସରଫ୍ ମିର୍ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ପାଇଁ ପାକିସ୍ତାନରୁ ଆତଙ୍କବାଦୀ ତାଲିମ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଫେରିଥିବା ଜଣାଯାଇଛି। ତେବେ ସେମାନେ ପାକିସ୍ତାନ ଯିବା ପାଇଁ ନୂଆଦିଲ୍ଲୀ ସ୍ଥିତ ପାକ୍ ଦୂତାବାସ ସେମାନଙ୍କୁ ଭିସା ଯୋଗାଇଥିବା ଘଟଣା ଚିନ୍ତାର ବିଷୟ ହୋଇଛି। ସେମାନେ ଓ୍ଵାଘା-ଅଟ୍ଟାରୀ ସୀମା ଦେଇ କଶ୍ମୀର ଫେରିଥିବା ବେଳେ ସେଠାରେ ଆତଙ୍କବାଦୀ ପାହ୍ୟାରେ ଯୋଗ ଦେବା ପୂର୍ବରୁ ପୁଲିସ, ସେନା ଏବଂ ସିଆରପିଏଫ୍ର ମିଳିତ କାର୍ଯ୍ୟାନୁଷ୍ଠାନରେ ଧରାପଡ଼ିଛନ୍ତି। ଜେରା ବେଳେ ସେମାନେ ଅନ୍ୟ ପାକିସ୍ତାନୀ କିଶୋରମାନଙ୍କ ସହ ମିଶି ଇସଲାମାବାଦ୍ର ବର୍ମା ଇଲାକା ସ୍ଥିତ ଆତଙ୍କବାଦୀ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା କହିଛନ୍ତି। ସେଠାରେ ୧୦ ବର୍ଷରୁ କମ୍ ବୟସର ଅନେକ ବାଳକ ବିଶେଷ କରି ବାଲୁଚିସ୍ତାନର ନାବାଳକଙ୍କୁ ତାଲିମ ଦିଆଯାଉଛି। ତାଲିମ ଶିବିରଟି ଜଣେ ଆତଙ୍କବାଦୀ କମାଣ୍ଡରଙ୍କ ଦ୍ୱାରା ହଞ୍ଜାଳା, ଆଦାନନ୍ ଏବଂ ଓମାର ନାମକ କୋଡ୍ ଅଧୀନରେ ପରିଚାଳିତ ହେଉଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଗିରଫ ଆତଙ୍କବାଦୀ ଦ୍ୱୟ ନୂଆଦିଲ୍ଲୀ ସ୍ଥିତ ପାକ ଦୂତାବାସ ଦ୍ୱାରା ପାକିସ୍ତାନ ଯିବା ପାଇଁ ଭିସା ପାଇଛନ୍ତି। ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ତାଲିମ ନେଇ ଫେରିଥିବା ଅନେକ ଆତଙ୍କବାଦୀ ଗିରଫ ହେବା ସହ ଅନେକ ମଧ୍ୟ ଏନ୍କାଉଣ୍ଟରରେ ନିହତ ହୋଇଥିବା ପୁଲିସ କହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us