ପାକିସ୍ତାନ ୭୨% ଅସ୍ତ୍ର ଚୀନ୍‌ରୁ ଆଣୁଛି

Advertisment
ପାକିସ୍ତାନ ୭୨% ଅସ୍ତ୍ର ଚୀନ୍‌ରୁ ଆଣୁଛି

Republic World

ବେଜିଂ: ଚୀନ୍ ସମ୍ପ୍ରତି ପାକିସ୍ତାନର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ରାଷ୍ଟ୍ରରୂପେ ଉଭା ହୋଇଛି। ୨୦୧୭ରୁ ୨୦୨୧ ଭିତରେ ପାକିସ୍ତାନ ଚୀନ୍‌ଠାରୁ ଲଢ଼ୁଆ ବିମାନ, ଯୁଦ୍ଧ ଜାହାଜ, ବୁଡ଼ା ଜାହାଜ ଓ କ୍ଷେପଣାସ୍ତ୍ର ପ୍ରଭୃତି ଅସ୍ତ୍ରଶସ୍ତ୍ର କ୍ରୟ କରିଛି। ପାକିସ୍ତାନ ତା’ର ମୋଟ ଅସ୍ତ୍ରଶସ୍ତ୍ରର ୭୨ ପ୍ରତିଶତ ଚୀନ୍‌ରୁ କିଣୁଛି ବୋଲି ଏକ ସ୍ବାଧୀନ ସଂସ୍ଥା (ସିପ୍ରି) ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଉକ୍ତ ସମୟ ମଧ୍ୟରେ ଚୀନ୍ ରପ୍ତାନି କରିଥିବା ବୃହତ୍ ଅସ୍ତ୍ରଶସ୍ତ୍ରର ୪୭ ପ୍ରତିଶତ ପାକିସ୍ତାନକୁ ଦେଇଛି। ପାକିସ୍ତାନ ୨୦୦୭ରୁ ୨୦୧୧ ଭିତରେ ଚୀନ୍‌ରୁ ୩୯ ପ୍ରତିଶତ ଏବଂ ୨୦୧୨-୧୬ରେ ୬୭ ପ୍ରତିଶତ ଅସ୍ତ୍ରଶସ୍ତ୍ର ଆମଦାନି କରିଥିବା ବେଳେ ତାହା ୨୦୧୭-୨୧ ଭିତରେ ୭୨ ପ୍ରତିଶତକୁ ବୃଦ୍ଧି ପାଇଛି। ଚୀନ୍ ପରେ ପାକିସ୍ତାନ ସ୍ବିଡେନ୍ (୬.୪%) ଓ ରୁଷିଆ (୫.୬%)ରୁ ମଧ୍ୟ ଅସ୍ତ୍ରଶସ୍ତ୍ର ଆମଦାନି କରିଥାଏ। ଅପରପକ୍ଷେ ବେଜିଂ ପାକିସ୍ତାନ ପରେ ବାଲାଂଦେଶକୁ ୧୬% ଓ ଥାଇଲାଣ୍ଡକୁ ୫% ଅସ୍ତ୍ରଶସ୍ତ୍ର ରପ୍ତାନି କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe