Pakistan in turmoil from morning Photograph: (sambad.in)
ଇସଲାମାବାଦ: ରବିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ମାପ କରାଯାଇଛି। ଭୂକମ୍ପ ଯୋଗୁ ଘରେ ଶୋଇଥିବା ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ।
ନ୍ୟାସନାଲ ସେଣ୍ଟର ଅଫ୍ ସିସମୋଲୋଜିର ରିପୋର୍ଟ ଅନୁଯାୟୀ, ରବିବାର ଭୋର ୩:୫୪ ସମୟରେ ପାକିସ୍ତାନରେ ଭୂକମ୍ପ ଘଟିଛି।
ଅଧିକ ପଢ଼ନ୍ତୁ: ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି: ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଭୂକମ୍ପର କେନ୍ଦ୍ରସ୍ଥଳ ମୁଲତାନରୁ ୧୪୯ କିଲୋମିଟର ଦୂରରେ ଭୂଗର୍ଭର ୧୫୦ କିଲୋମିଟର ଗଭୀରତାରେ ଥିବା ନ୍ୟାସନାଲ ସେଣ୍ଟର ଅଫ୍ ସିସମୋଲୋଜିର ରିପୋର୍ଟ କରାଯାଇଛି ।
ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନିର ରିପୋର୍ଟ ମିଳିନାହିଁ। ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ଅଧିକ ପଢ଼ନ୍ତୁ: 'ମୋ ପୁଅର ଶୁକ୍ରାଣୁ ମୋତେ ଦିଅନ୍ତୁ': ବମ୍ବେ ହାଇକୋର୍ଟରେ ଜଣେ ଅସହାୟ ମାଆଙ୍କ କରୁଣ ନିବେଦନ
Follow Us