www.aajtak.in
ପାକିସ୍ତାନ: ଭାରତ କରୋନା ସଂକ୍ରମଣର ଦ୍ବିତୀୟ ଲହର ସହିତ ଲଢ଼ୁଛି। କରୋନା ସଂକ୍ରମଣର ବିସ୍ଫୋରକ ସ୍ଥିତି ପ୍ରଥମେ ଆମେରିକାରେ ଥିବା ବେଳେ ୨ୟ ଲହରରେ ଭାରତ ବେଶି ପ୍ରଭାବିତ ହୋଇଛି । ଏକ ପ୍ରକାଶିତ ରିପୋର୍ଟ ମୁତାବକ, ଭାରତରେ କରୋନା ଭାଇରସ ସଂକ୍ରମଣରେ ଏଯାବତ ୩୦୩,୭୨୦ଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ହେତୁ ହଠାତ ଭାରତରେ ଅକ୍ସିଜେନ ଓ ହସ୍ପିଟାଲରେ ବେଡ ଅଭାବ ଦେଖା ଦେଇଥିଲା।
ଏଭଳି ପରିସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଭାରତକୁ ସହଯୋଗର ହାତ ବଢାଇଥିଲେ ବୋଲି ଖବର ମିଳିଥିଲା । ତେବେ ପାକିସ୍ତାନରେ ରହୁଥିବା ଜଣେ ହିନ୍ଦୁ ଝିଅ ପ୍ରିୟଙ୍କା ଦେବୀ ଭାରତର ତ୍ରିରଙ୍ଗା ଉଡାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ଘଟଣା ପରେ ତାଙ୍କୁ ଦେଶଦ୍ରୋହର ଆଖ୍ୟା ଦିଆ ଯାଇଥିବା ଜଣାପଡ଼ିଛି।
ପ୍ରିୟଙ୍କା ଦେବୀ ଏହି ଘଟଣାକୁ ଟୁଇଟ କରି ଜଣାଇଛନ୍ତି। ସେ ଲେଖିଛନ୍ତି, ‘ ଭାରତର ଏବେ କରୋନା ସହିତ ଲଢ଼ୁଛି। ମୁଁ ଖାଲି ଏକଜୁଟର ବାର୍ତ୍ତା ଦେବାକୁ ଚାହୁଁଥିଲି । ସେଥିପାଇଁ ମୁଁ ମୋ ନାମ ପୂର୍ବରୁ ତ୍ରିରଙ୍ଗା ଲଗାଇ ପାରିବି କି ବୋଲି ଅନୁମତି ମାଗିଥିଲି ।’
ଏହି ଟୁଇଟ ପରେ ପ୍ରିୟଙ୍କାଙ୍କ ପାଖକୁ ଅନେକ ପ୍ରତିକ୍ରିୟା ଆସିଥିଲା। ଏମିତି କି ତାଙ୍କୁ ଦେଶଦ୍ରୋହର ଆଖ୍ୟା ବି ଦିଆଯାଇଛି ।
ପ୍ରିୟଙ୍କାଙ୍କ ଟ୍ୱିଟରେ ରଉଫ୍ ମୁବାଶିର ପଜିଟିଭ କମେଣ୍ଟ ଦେଇଛନ୍ତି । ସେ କହିଛନ୍ତି ତମ ଇଚ୍ଛା ତମେ ଯାହା କରିପାର । ହେଲେ ପ୍ରିୟଙ୍କା ଏହାର ଉତ୍ତରରେ କହିଛନ୍ତି, , ମୁଁ ଯାହା ଚାହୁଁଛି କେବେ ବି ତାହା କରିପାରିବିନି ।
Follow Us