ନୂଆଦିଲ୍ଲୀ : ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ନରେନ୍ଦ୍ର ମୋଦୀ ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବା ସମ୍ଭାବନା ବଳବତ୍ତର ହେବାରୁ ଏବେ ପାକିସ୍ତାନରେ ଚିନ୍ତା ବଢ଼ିଯାଇଛି। ବାଲାକୋଟ୍ ବିମାନ ଆକ୍ରମଣ ପରଠାରୁ ଅଧିକାଂଶ ପାକିସ୍ତାନୀ ମୋଦୀ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ହେବାପାଇଁ ଚାହାନ୍ତି ନାହିଁ। ଭାରତରେ ପୁଣି ଏନ୍ଡିଏ ସରକାର ଆସିଲେ କିଭଳି ସ୍ଥିତି ହେବ ସେ ନେଇ ପାକିସ୍ତାନୀ ଗଣମାଧ୍ୟମରେ ଅହରହ ଚର୍ଚା ଚାଲିଛି। ପାକିସ୍ତାନରେ ରାଜନୈତିକ ବିଶେଷଜ୍ଞମାନେ ମୋଦୀ ପୁଣିଥରେ କ୍ଷମତା ଅକ୍ତିଆର କରିବା ପାକ୍ ପାଇଁ ବିପଜ୍ଜନକ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ମେ’ ୧୯ ତାରିଖ ଦିନ ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇବାପରେ ଭାରତ ଅପେକ୍ଷା ପାକିସ୍ତାନରେ ମୋଦୀଙ୍କୁ ଗୁଗ୍ଲରେ ଅଧିକ ଥର ସର୍ଚ୍ଚ୍ କରାଯାଇଥିଲା।
ପାକିସ୍ତାନରେ ଫଳାଫଳକୁ ନେଇ ଉତ୍କଣ୍ଠା
Advertisment
Follow Us