Image Courtesy of Zee News
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରଥମ ବାର୍ଷିକୀ ଅବସରରେ ବକ୍ତବ୍ୟ ପ୍ରଦାନ କରିବାକୁ ପୂର୍ବତନ ଜାତିସଂଘ ନିରାପତ୍ତା ପରିଷଦ୍ ତାଲିକାଭୁକ୍ତ ଜଣେ ଆତଙ୍କବାଦୀ ଓ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ଜଣେ ବ୍ୟକ୍ତିଙ୍କୁ ପାକିସ୍ତାନ ଆମନ୍ତ୍ରଣ କରିଥିଲା। ବିଶ୍ବର ବିଭିନ୍ନ ଦେଶରେ ଥିବା ତା’ର ଦୂତାବାସରେ ପାକିସ୍ତାନ ପୂର୍ବତନ ଭାରତୀୟ ରାଜ୍ୟ ଜମ୍ମୁ ଓ କଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରାଯିବାର ଏକ ବର୍ଷ ପୂର୍ତ୍ତୀ ପାଳନ କରିଛି।
ଆଫଗାନିସ୍ତାନରେ ଥିବା ପାକିସ୍ତାନୀ ଦୂତାବାସ ଆୟୋଜନ କରିଥିବା ଭର୍ଚ୍ୟୁଆଲ୍ ସଭାରେ ପୂର୍ବତନ ଜାତିସଂଘ ନିରାପତ୍ତା ପରିଷଦ୍ ତାଲିକାଭୁକ୍ତ ଆତଙ୍କବାଦୀ ତଥା ‘କାବୁଲର କଂସେଇ’ ନାମରେ ପରିଚିତ ଗୁଲବଦିନ୍ ହେକମାତିଆର୍ ଉପସ୍ଥିତ ଥିଲେ। ୧୯୯୦ ଦଶକରେ ଆଫଗାନ ଗୃହଯୁଦ୍ଧ ସମୟରେ ହେକମାତିଆର୍ଙ୍କର ପାକିସ୍ତାନୀ ପ୍ରତିଷ୍ଠାନ ସହ ସମ୍ପର୍କ ଥିଲା ଏବଂ ସମର୍ଥନ ମଧ୍ୟ ପାଉଥିଲା।
ସେହିଭଳି ନ୍ୟୁୟର୍କରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ଦୂତାବାସ ଭର୍ଚ୍ୟୁଆଲ୍ ସଭାକୁ ଗୁଲାମ ନବି ଫାଇଙ୍କୁ ଡାକିଥିଲା। ଫାଇ ପୂର୍ବରୁ ଏଫ୍ବିଆଇ ଦ୍ବାରା ଗିରଫ ହୋଇଥିଲେ। କଶ୍ମୀର ମାମଲାରେ ଯୁକ୍ତରାଷ୍ଟ୍ର ସରକାରଙ୍କ ସହ ଲବି କରିବାକୁ ପାକିସ୍ତାନର ଆଇଏସ୍ଆଇ ଠାରୁ ଫାଇ ୩. ୫ ନିୟୁତ ଡଲାର୍ ପାଣ୍ଠି ଟ୍ରାନ୍ସଫର୍ ଲୁଚାଇଥିବା କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ଅଦାଲତ ତାଙ୍କୁ ୨ ବର୍ଷ କାରାଦଣ୍ଡ ଦେଇଥିଲେ।
ଅନ୍ୟାନ୍ୟ ଦେଶରେ ଥିବା ଦୂତାବାସରେ ମଧ୍ୟ ପାକିସ୍ତାନ ଏ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲା।
Follow Us