ଟ୍ରମ୍ପ୍‌ଙ୍କୁ ନୋବେଲ ପୁରସ୍କାର ସ୍ୱପ୍ନ ଦେଖାଉଛି ପାକିସ୍ତାନ

୨୦୨୫ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ସମୟରେ ଟ୍ରମ୍ପ୍‌ଙ୍କ ନିର୍ଣ୍ଣାୟକ କୂଟନୈତିକ ନେତୃତ୍ୱ ଯୋଗୁ ପଡ଼ୋଶୀ ଦେଶ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନକୁ ଦୃଢ଼ ଭାବେ ସମର୍ଥନ କରୁଛି। ପାକିସ୍ତାନ ଟ୍ରମ୍ପ୍‌ଙ୍କୁ ନୋବେଲ ପୁରସ୍କାର ସ୍ୱପ୍ନ ଦେଖାଉଛି...

Pakistan is dreaming of a Nobel Prize for Trump

Pakistan is dreaming of a Nobel Prize for Trump Photograph: (sambad.in)

ଇସଲାମାବାଦ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନୋବେଲ ପୁରସ୍କାର ଦେବାକୁ ପାକିସ୍ତାନ ସମର୍ଥନ କରୁଛି। ପୂର୍ବତନ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନଙ୍କ ଦୃଷ୍ଟିରେ ଏହି ସମ୍ପୂର୍ଣ୍ଣ ମାମଲା ଠିକ୍ ନୁହେଁ। ସେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଆଧୁନିକ ଓସାମା ବିନ୍ ଲାଡେନ ବୋଲି ବର୍ଣ୍ଣନା କରିଛନ୍ତି। ଜେନେରାଲ ଅସୀମଙ୍କ ପରମାଣୁ ଆକ୍ରମଣର ସମ୍ପ୍ରତିକ ସଙ୍କେତକୁ ଅଣଦେଖା କରିବା ତାଙ୍କ ଦୃଷ୍ଟିରେ ଏକ ବଡ଼ ମୂର୍ଖତା ହେବ। ଏହା ଭବିଷ୍ୟତରେ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ ବୋଲି ସେ କହିଛନ୍ତି।

ମଙ୍ଗଳବାର, ଫ୍ଲୋରିଡାରେ ଏକ କାର୍ଯ୍ୟକ୍ରମ ସମୟରେ, ଅସୀମ ମୁନିର କହିଥିଲେ ଯେ, ଯଦି ପାକିସ୍ତାନର ଅସ୍ତିତ୍ୱ ପ୍ରତି କୌଣସି ପ୍ରକାରର ବିପଦ ଆସିବ, ତେବେ ପାକିସ୍ତାନ ବିନା ଦ୍ୱିଧାରେ ଅଧା ବିଶ୍ୱକୁ ଧ୍ୱଂସ କରିବ।

ସେ ଭାରତକୁ ଚେତାବନୀ ମଧ୍ୟ ଦେଇଥିଲେ ଯେ, ଯଦି ଭାରତ ପୂର୍ବ ମୋର୍ଚ୍ଚାରେ ଯୁଦ୍ଧ କରେ ଅବା ପାକିସ୍ତାନକୁ  ଜଳ ପ୍ରବାହ ବନ୍ଦ କରେ ତେବେ, ପରିଣାମ ଭୋଗିବାକୁ ହେବ। ଜେନେରାଲ ଅସୀମଙ୍କ ଏତେ ବଡ଼ ମନ୍ତବ୍ୟ ସତ୍ତ୍ୱେ, ଆମେରିକା ସରକାର ଏହା ଉପରେ କୌଣସି ‌ସ୍ଫଷ୍ଟୀକରଣ ଦେଇ ନଥିଲେ।


ପୂର୍ବତନ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନ୍ ମୁନୀରଙ୍କୁ ଟାର୍ଗେଟ କରି କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ୍ ଜଣେ ବ୍ୟବସାୟୀ। ନୈତିକତା କିମ୍ବା ବିଚାରଧାରା ତାଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସାମ୍ପ୍ରତିକ ସମୟରେ,ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନୀ ଟ୍ରମ୍ପ୍‌ଙ୍କ ଅହଂକାରର ଫାଇଦା ଉଠାଇ ତାଙ୍କୁ ବିଶ୍ୱାସ କରାଇଛି ଯେ, ସେ ନୋବେଲ ପୁରସ୍କାର ପାଇଁ ପ୍ରକୃତ ଯୋଗ୍ୟ। ଦୁର୍ଭାଗ୍ୟବଶତଃ, ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗ ପାଇଁ ଭାରତକୁ ମୂଲ୍ୟ ଦେବାକୁ ପଡ଼ିଛି।

ଅଧିକ ପଢ଼ନ୍ତୁ:ସମୁଦ୍ରରେ ଚୀନ୍-ଆମେରିକା ସେନା ମୁହାଁମୁହିଁ: ଟ୍ରମ୍ପ୍‌ଙ୍କ ଜାହାଜକୁ ଘଉଡ଼ାଇଲେ ଜିନପିଙ୍ଗ ସେନା


ରୁବିନ୍‌ଙ୍କ ଅନୁଯାୟୀ, ଟ୍ରମ୍ପ୍ ଭାରତ ସହିତ ବାଣିଜ୍ୟିକ ମତଭେଦ ସୃଷ୍ଟି କରିଛନ୍ତି। ଏହି ଉତ୍ତେଜନା କେବଳ ସୁରକ୍ଷାବାଦର ପରିଣାମ ନୁହେଁ ବରଂ ଭାରତ ତାଙ୍କ ଭାରତ-ପାକ୍ ଚୁକ୍ତି ପ୍ରସ୍ତାବକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଥିବାରୁ ମଧ୍ୟ। ମାଇକେଲ୍ ରୁବିନ୍‌ଙ୍କ ଅନୁଯାୟୀ, ପାକିସ୍ତାନ ଏକ ବିଫଳ ରାଷ୍ଟ୍ର।“ଯେପରି ସିଲ୍ ଟିମ୍-୬ ପାକିସ୍ତାନରେ ପ୍ରବେଶ କରି ଓସାମାଙ୍କୁ ହତ୍ୟା କରିଥିଲା, ଭବିଷ୍ୟତରେ ସମାନ ସମୟ ଫେରି ଆସିପାରେ ଯେତେବେଳେ ଟ୍ରମ୍ପ୍ ପ୍ରଶାସନକୁ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ସୁରକ୍ଷିତ କରୁଥିବା ଯୋଗୁ ପୁନର୍ବାର କାର୍ଯ୍ୟ କରିବାକୁ ପଡ଼ିପାରେ।

ଅତୀତକୁ ମନେ ପକାଇ ରୁବିନ୍ କହିଛନ୍ତି ଯେ, ଗତ ୫୦ ବର୍ଷ ମଧ୍ୟରେ ଆମେରିକା ବାରମ୍ବାର ଏହିୟା ଖାନ, ଜିଆ-ଉଲ-ହକ୍, ପରଭେଜ ମୁଶାରଫ ଏବଂ ବର୍ତ୍ତମାନ ଅସୀମ ମୁନିରଙ୍କ ଭଳି ସାମରିକ ଶାସକଙ୍କୁ ପ୍ରାଥମିକତା ଦେଇଛି, ଯାହା ଆଦୌ ଠିକ୍ ନୁହେଁ।

ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ତିନିଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

India | pakistan | asim-munir | donald-trump | nobel-prize

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe