ଆମେରିକା-ରୁଷ୍‌ ବିବାଦରେ ଫସିଗଲା ପାକିସ୍ତାନ: ସରକାର ବଦଳିବା ନେଇ ଚୀନ୍‌ର ଚିନ୍ତା

Advertisment

ପାକ୍‌ ସଂସଦରେ ଆମେରିକା ବିରୋଧୀ ବୟାନ

ପାକ୍‌ ସଂସଦରେ ଆମେରିକା ବିରୋଧୀ ବୟାନ

ଆମେରିକା-ରୁଷ୍‌ ବିବାଦରେ ଫସିଗଲା ପାକିସ୍ତାନ: ସରକାର ବଦଳିବା ନେଇ ଚୀନ୍‌ର ଚିନ୍ତା

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସରକାରର ପତନ ନିଶ୍ଚିତ ହୋଇଯାଇଥିବାରୁ ଚୀନ୍‌ର ଚିନ୍ତା ବଢ଼ିଛି। ଚୀନ୍‌ର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଏବେ ପାକିସ୍ତାନରେ ଚାଲିଛି ଏବଂ ଇମ୍ରାନ୍‌ ସରକାର ଚୀନ୍‌ର ସବୁ ସର୍ତ୍ତରେ ରାଜି ହୋଇ କାମ କରୁଛି। ତେଣୁ ଆଗକୁ ଏସବୁ ପ୍ରକଳ୍ପର ଭାଗ୍ୟ କ’ଣ ହେବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଆମେରିକା ଓ ରୁଷ୍‌ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଚୀନ୍‌ ଏହି ପ୍ରସଙ୍ଗରେ ରୁଷକୁ ସଂପୂର୍ଣ୍ଣ ସମର୍ଥନ କରୁଛି। ରୁଷ୍‌ର ପ୍ରତିଟି ପଦକ୍ଷେପକୁ ଦୃଢ଼ ଭାବେ ସମର୍ଥନ କରିବା ସହ ଜାତିସଂଘରେ ମଧ୍ୟ ରୁଷ୍‌ ବିରୋଧୀ ପ୍ରସ୍ତାବ ବିରୋଧରେ ଚୀନ୍‌ ଭୋଟ୍‌ ଦେଇଛି।

ଅନ୍ୟପକ୍ଷରେ ଚୀନ୍‌ର ସର୍ବକାଳୀନ ବନ୍ଧୁ ପାକିସ୍ତାନ ରୁଷ୍‌ ସହ ଘନିଷ୍ଠ ହେବା ପାଇଁ ଚଳାଇଥିବା ପ୍ରୟାସକୁ ଆମେରିକା ସହଜରେ ଗ୍ରହଣ କରିନାହିଁ। ପାକିସ୍ତାନରେ ଏବେ ଯେଉଁ ରାଜନୈତିକ ସଙ୍କଟ ଦେଖାଦେଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସିଧାସଳଖ ଆମେରିକାକୁ ଦାୟୀ କରିବା ସହ ଏହା ପଛରେ ଆମେରିକାର ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି। ଆଜି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ସଂସଦରେ ସିଧାସଳଖ ଆମେରିକାର ନାମ ନେଇ କହିଛନ୍ତି ଯେ ସରକାର ଭାଙ୍ଗିବାକୁ ଆମେରିକା ଯୋଜନାବଦ୍ଧ ଉଦ୍ୟମ କରିଛି ଏବଂ ଆମ ପାଖରେ ପ୍ରମାଣ ଅଛି। ପାକ୍‌ ଘଟଣାକ୍ରମ ଉପରେ ଚୀନ୍‌ର ଅହରହ ନଜର ରହିଛି ଏବଂ ନୂଆ ସରକାର ଗଠନ ହେଲେ ‘ବେଲ୍‌ଟ ଆଣ୍ଡ୍‌ ରୋଡ୍‌’ ପ୍ରକଳ୍ପକୁ ଯେଭଳି ପୂର୍ଣ୍ଣ ସମର୍ଥନ ମିଳିବ ସେ ନେଇ ଯୋଜନା ଆରମ୍ଭ କରିଦେଇଛି। ତେବେ ଇମ୍ରାନ୍‌ଙ୍କ ଯୋଜନା ଓ ବିଦେଶ ନୀତିକୁ କଡ଼ା ବିରୋଧ କରୁଥିବା ବିରୋଧୀ ମେଣ୍ଟ ଚୀନ୍‌ର କଥାରେ ପରିଚାଳିତ ହେବେ କି ନାହିଁ ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି। ପାକିସ୍ତାନ ଲଗାତାର ଆମେରିକା ବିରୋଧରେ ଅଭିଯୋଗ କରୁଥିବାରୁ ଏହାକୁ ହ୍ବାଇଟ୍‌ହାଉସ୍‌ ଗମ୍ଭୀରତାର ସହ ଗ୍ରହଣ କରି ଚେତାବନୀ ଦେବା ଆରମ୍ଭ କରିଛି। ଅନ୍ୟପକ୍ଷରେ ରୁଷ୍‌ ଇମ୍ରାନ୍‌ଙ୍କ ଅଭିଯୋଗକୁ ସମର୍ଥନ କରି ତାଙ୍କ ସରକାର ଭାଙ୍ଗିବାକୁ ଆମେରିକା ହିଁ ସବୁ ଷଡ଼ଯନ୍ତ୍ର କରିଛି ବୋଲି ବୟାନ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe