ଆଫଗାନିସ୍ତାନକୁ ଭାରତ ପଠାଉଥିବା ମାନବୀୟ ସାହାଯ୍ୟକୁ ଲୁଟୁଛି ପାକିସ୍ତାନ

Advertisment
ଆଫଗାନିସ୍ତାନକୁ ଭାରତ ପଠାଉଥିବା ମାନବୀୟ ସାହାଯ୍ୟକୁ ଲୁଟୁଛି ପାକିସ୍ତାନ

Dawn

ଇସଲାମାବାଦ : ଭାରତ ଆଫଗାନିସ୍ତାନକୁ ପ୍ରଚୁର ମାନବୀୟ ସାହାଯ୍ୟ ପଠାଉଛି। ମାତ୍ର ତାହା ଆଫଗାନିସ୍ତାନରେ ପହଞ୍ଚିବା ପରେ ପାକିସ୍ତାନୀ ତସ୍କରମାନେ ତାକୁ ଲୁଟି ନେଉଛନ୍ତି। ଜନୈକ ତାଲିବାନ ଅଧିକାରୀ ହାଫିଜ ରସିଦ ହେଲମାନ୍ଦିଙ୍କ କହିବା ଅନୁସାରେ ମେ ୩୦ରେ ହେରତ-କାନ୍ଦାହାର ରାଜପଥରେ ଅନେକ ଗହମଭର୍ତ୍ତି ଟ୍ରକ୍‌କୁ ଜବତ କରାଯାଇଥିଲା। ଏଗୁଡ଼ିକ ହେଲମନ୍ଦ ପ୍ରଦେଶର ୱାସିର ଜିଲ୍ଲାର କମ୍ପାନି ଅଞ୍ଚଳରେ ଭର୍ତ୍ତି କରି ପାକିସ୍ତାନ ନିଆଯାଉଥିଲା। ସେହିପରି ମେ ୩୧ ତାରିଖରେ ତାଲିବାନ ସୁରକ୍ଷା ଅଧିକାରୀମାନେ ୫୦ଟି ଗହମ-ଭର୍ତ୍ତି ଟ୍ରକ୍‌କୁ ପାକିସ୍ତାନ ଯିବାରୁ ରୋକିଥିଲେ।

ଭାରତରୁ ଆସିଥିବା ଏହି ଗହମକୁ ବେଆଇନଭାବେ ସୀମା ପାର କରି ପାକିସ୍ତାନ ନିଆଯାଉଥିଲା। ପୂର୍ବରୁ ଭାରତ ଘୋଷଣା କରିଥିଲା ଆଫଗାନିସ୍ତାନକୁ ୫୦,୦୦୦ ଟନ ଗହମ ପଠାଇବ ବୋଲି। ପ୍ରଥମ ଦଫାରେ ଫେବ୍ରୁଆରି ୨୬ରେ ୨,୫୦୦ ଟନ, ଦ୍ବିତୀୟ ଦଫାରେ ମାର୍ଚ୍ଚ ୩ରେ ୨୦୦୦ ଟନ୍ ଏଂ ୩ୟ ଦଫାରେ ମାର୍ଚ୍ଚ ୮ରେ ୪୦ଟି ଟ୍ରକ୍‌ରେ ଆଉ ୨୦୦୦ ଟନ୍ ଗହମ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe