କାଶ୍ମୀରରେ ବଡ଼ ଆକ୍ରମଣ ଯୋଜନା କରୁଛି ପାକିସ୍ତାନ, ଜେଇଏମ୍‌ ଏବଂ ଏଲ୍‌ଇଟିକୁ ନିୟୋଜିତ କରିଛି ପାକ୍‌ ସେନା

କାଶ୍ମୀରରେ ବଡ଼ ଆକ୍ରମଣ ଯୋଜନା କରୁଛି ପାକିସ୍ତାନ, ଜେଇଏମ୍‌ ଏବଂ ଏଲ୍‌ଇଟିକୁ ନିୟୋଜିତ କରିଛି ପାକ୍‌ ସେନା

Image Courtesy of Zee News

ଇସଲାମାବାଦ୍‌: ଜମ୍ମୁ କାଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଚଳାଇଛି ପାକିସ୍ତାନ। ପାକିସ୍ତାନର ରାୱଲପିଣ୍ଡି ସେନା ମୁଖ୍ୟାଳୟ ଜମ୍ମୁ କାଶ୍ମୀରରେ ‌ଜେଇଏମ୍‌ (ଜୈସ ଏ ମହମ୍ମଦ) ଏବଂ ଏଲ୍‌ଇଟି( ଲସ୍କର ଏ ତୋଏବା) ଆତଙ୍କବାଦୀଙ୍କ ମଧ୍ୟରେ ତାଳମେଳ ରଖିବାପାଇଁ ଅଗଷ୍ଟ ୨୦୧୯ରୁ ଚେଷ୍ଟା ଚଳାଇଛି ଏବଂ ଏଥିରେ ସଫଳ ମଧ୍ୟ ହୋଇଛି। ଗୁଇନ୍ଦା ସୂତ୍ରରୁ ଏହା ଜଣାପଡ଼ିଛି। ଗୁଇନ୍ଦା ତଥ୍ୟ ଅନୁଯାୟୀ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ହିଁ ଦୁଇଟି ଆତଙ୍କବାଦୀ ‌ଗୋଷ୍ଠୀ ମଧ୍ୟରେ ଏଭଳି ତାଳମେଳ ରଖାଯା‌ଏ। ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ‌ଗୋଷ୍ଠୀ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସମର୍ଥନ‌ରେ ଭାରତ ବିରୋଧରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି।

ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ଭାରତ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରିଛି। ଗୁଇନ୍ଦା ଏବଂ ସୁରକ୍ଷା ସଂସ୍ଥା ଦ୍ବାରା ପ୍ରସ୍ତୁତ ଦଲିଲ ଅନୁଯାୟୀ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଏଲ୍‌ଇଟି, ଜେଇଏମ୍‌, ଏଚଏମ୍‌ (ହିଜବୁଲ୍‌ ମୁଜାହିଦ୍ଦିନ୍‌), ତାଲିବାନ୍‌ର ଶୀର୍ଷ କର୍ମକର୍ତ୍ତାଙ୍କର ଜମ୍ମୁ କାଶ୍ମୀରରେ ମିଳିତ ଆତଙ୍କବାଦୀ କାର୍ଯ୍ୟ ପରିଚାଳନା କରୁଥିବା ଜୈଶ କମାଣ୍ଡର୍‌ ମୁଫ୍‌ତି ମହମ୍ମଦ ଆସଗରଙ୍କ ସହ କେତେକ ବୈଠକ ହୋଇ ସାରିଛି। ଗୁଇନ୍ଦା ସୂଚନା ଅନୁଯାୟୀ ଡି‌ସେମ୍ବର ୨୭,୨୦୧୯ରେ ପ୍ରଥମ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ତେବେ ପରବର୍ତ୍ତୀ ବୈଠକଗୁଡ଼ିକ ପାକିସ୍ତାନ ସହାୟତାରେ ଜାନୁଆରି ୩-୮ ଏବଂ ଜାନୁଆରି ୧୯, ୨୦୨୦‌ରେ ଇସଲାମାବାଦ୍‌ରେ ହୋଇଥିଲା। ‌ତେବେ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବୈଠକ ଗତ ମେ’ ୭ରେ ହୋଇଥିଲା। ଏଲ୍‌ଇଟି, ଜେଇଏମ୍‌ ଏବଂ ଏଚଏମ୍‌ କମାଣ୍ଡରମାନେ ଏହି ବୈଠକରେ ଯୋଗ ଦେଇଥିଲେ। ପାକିସ୍ତାନ ଜମ୍ମୁ କାଶ୍ମୀରରେ ାସନର ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ସହ ବଡ଼ ଧରଣର ହିଂସା ପାଇଁ ମଧ୍ୟ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe