ବେଜିଂ: ପାକିସ୍ତାନ ୨୦୨୬ ମସିହାରେ ଚୀନ୍ ଦ୍ୱାରା ଡିଜାଇନ୍ କରାଯାଇଥିବା ପ୍ରଥମ ବୁଡ଼ାଜାହାଜର ଜଳାବତରଣ କରିବାକୁ ପ୍ରସ୍ତୁତ ହେଉଛି। ଏହି ୫ ବିଲିୟନ ଡଲାର ଚୁକ୍ତି ଅନୁଯାୟୀ, ପାକିସ୍ତାନ ମୋଟ ଆଠଟି ହାଙ୍ଗର-କ୍ଲାସ୍ ବୁଡ଼ାଜାହାଜ (hangor class submarine) ପାଇବ, ଯାହା ମଧ୍ୟରୁ ପ୍ରଥମଟି ଆସନ୍ତା ବର୍ଷ ସୁଦ୍ଧା ସେବାରେ ପ୍ରବେଶ କରିବ। ପାକିସ୍ତାନର ଏହି ଘୋଷଣା ଏପରି ସମୟରେ ଆସିଛି ଯେତେବେଳେ ଭାରତ ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ ଏବଂ ରାଫେଲ ଜେଟ୍ ଭଳି ଉନ୍ନତ ଅସ୍ତ୍ରଶସ୍ତ୍ର ସହିତ ତାର ନୌସେନାକୁ ମଜବୁତ କରୁଛି। ଏହି ଚୁକ୍ତି କେବଳ ପାକିସ୍ତାନର ଶକ୍ତି ବୃଦ୍ଧି କରିବ ନାହିଁ ବରଂ ଭାରତ ମହାସାଗରରେ ଚୀନର ବଢ଼ୁଥିବା ପ୍ରଭାବକୁ ମଧ୍ୟ ବୃଦ୍ଧି କରିବ। 

Advertisment

ଆହୁରି ପଢନ୍ତୁ: Smriti Mandhana Wedding: ଏହି ବଲିଉଡ ପରିବାରର ବୋହୂ ହେବେ କ୍ରିକେଟର ସ୍ମୃତି ମନ୍ଧାନା

ଚୀନର ବଡ଼ ଷଡ଼ଯନ୍ତ୍ର ?

ପ୍ରଶ୍ନ ହେଉଛି ଏହି ବୁଡ଼ାଜାହାଜ କେବଳ ପାକିସ୍ତାନ ପାଇଁ ଆବଶ୍ୟକତା, ନା ଏହା ପଛରେ ଚୀନର ବୃହତ୍ତର ଭୂରାଜନୈତିକ ଯୋଜନା ଲୁଚି ରହିଛି ? ବିଶେଷଜ୍ଞଙ୍କ ମତରେ ପାକିସ୍ତାନ ସହ ଏହି ଡିଲ ପଛରେ ଚୀନର ନିଜସ୍ବ ଉଚ୍ଚାଭିଳାଷ ରହିଛି, ଯାହାର କେନ୍ଦ୍ରରେ ରହିଛି ଭାରତ ମହାସାଗର । ଭାରତ ମହାସାଗର ଦେଇ ଚୀନର ମୁଖ୍ୟ ତୈଳବାହୀ ଜାହାଜଗୁଡ଼ିକ ଯାତାୟାତ କରିଥାନ୍ତି । ଏଣୁ ଭାରତ ମହାସାଗର ଚୀନ ପାଇଁ ଅତ୍ୟନ୍ତ ସଂବେଦନଶୀଳ । ପୁଣି ଭାରତ ମହାସାଗରରେ ପାରମ୍ପରିକଭାବେ ଭାରତର ପ୍ରାଧାନ୍ୟ ରହିଆସିଛି । ଏଣୁ ଭାରତର ପ୍ରଭାବକୁ ହ୍ରାସ କରିବା ସହ ନିଜର ଆଧିପତ୍ୟ ବୃଦ୍ଧି କରିବାକୁ ଚୀନ ନିଜର ଷ୍ଟ୍ରିଙ୍ଗ ଅଫ ପର୍ଲସ (String of Pearls) ଯୋଜନା ଅନୁସାରେ ପାକିସ୍ତାନର ନୌସେନାର ଶକ୍ତିବୃଦ୍ଧି କରୁଛି । 

ଆହୁରି ପଢ଼ନ୍ତୁ: BJD Amar Patnaik joins BJP: ବିଜେଡିକୁ ଶକ୍ତ ଧକ୍କା, ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ