ଜମ୍ମୁ: ଆର୍ମି ଶିବିରରେ ଆତଙ୍କୀ ଆକ୍ରମଣ, ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ

Advertisment
ଜମ୍ମୁ: ଆର୍ମି ଶିବିରରେ ଆତଙ୍କୀ ଆକ୍ରମଣ, ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ

ନୂଆଦିଲ୍ଲୀ: ଜମ୍ମୁର ସୁଞ୍ଜବାସ୍ଥିତ ଆର୍ମି ଶିବିର ଉପରେ ଶନିବାର ଭୋର ୫ଟାରେ ଆତଙ୍କୀ ଆକ୍ରମଣ ହେବା ପରେ ବିଧାନସଭାରେ ନ୍ୟାସନାଲ କନ୍‌ଫରେନ୍ସ ପାର୍ଟିର ବିଧାୟକ ଆକବର ଲୋନ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଛନ୍ତି। ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ଉପରକୁ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ସମର୍ଥନ ଜଣାଇ ବିଧାୟକ ଆକବର ଏଭଳି ଦେଶ ବିରୋଧୀ ସ୍ଲୋଗାନ ଦେବା ଦୁର୍ଭାଗ୍ୟର ବିଷୟ।

ଜମ୍ମୁ କଶ୍ମୀର ବିଧାନସଭାରେ ସେନା ଶିବିରରେ ଆକ୍ରମଣ ନେଇ ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଭାରତୀୟ ଜନତା ପାର୍ଟି ବିଧାୟକ ‘ପାକିସ୍ତାନ ମୁର୍ଦାବାଦ’ ସ୍ଲୋଗାନ ଦେଇଥିଲେ। ଏହାକୁ ବିରୋଧ କରି କଶ୍ମୀରର ସୋନାବାରୀରୁ ବିଧାୟକ ଆକବର ଲୋନ୍‌ ବିରୋଧ କରି ‘ପାକିସ୍ତାନ ଜିନ୍ଦାବାଦ’ କହିଥିଲେ। ବିଧାନସଭାରେ ପାକିସ୍ତାନର ସମର୍ଥନରେ ସ୍ଲୋଗାନ ଦେବା ନେଇ ଯୋରଦାର ହଙ୍ଗାମା ହୋଇଥିଲା।

ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ଉପରକୁ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ସମର୍ଥନ ଜଣାଇ ବିଧାୟକ ଆକବର ଦେଶ ବିରୋଧୀ ସ୍ଲୋଗାନ ଦେବା ଦୁର୍ଭାଗ୍ୟର ବିଷୟ।

ଏହି ଘଟଣାରେ ବିଧାୟକ ଆକବରଙ୍କୁ ବାହାର କରି ଦିଆଯାଇଥିଲା। ନ୍ୟାସନାଲ କନଫରେନ୍ସର ମୁଖପାତ୍ର ଜୁନାଇଦ୍‌ ଅଜୀମ ମଟ୍ଟୁ କହିଛନ୍ତି, ଏ ବାବଦରେ ପାର୍ଟିର ଅଧ୍ୟକ୍ଷ ଫାରୁକ ଅବଦୁଲାଙ୍କୁ ସୂଚନା ଦିଆଯାଇଛି। ସେ ଓ ଦଳୀୟ କର୍ମିମାନେ ଆକବର ଲୋନଙ୍କ ସ୍ଲୋଗାନକୁ ନିନ୍ଦା କରିଛନ୍ତି।

ଫାରୁକ ଅବ୍‌ଦୁଲା କହିଛନ୍ତି, ଆକବର ଲୋନ୍‌କୁ ଏହା ଭୁଲିବା କଥା ନୁହେଁ ଯେ, ଏହି ସ୍ଲୋଗାନ ଯୋଗୁଁ ୨ଟି ଦେଶ ଗଠନ ହୋଇଛି। ଦଳର ବିଧାୟକମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe