ହିନ୍ଦୁ ସମ୍ପ୍ରଦାୟଙ୍କ ଭାବାବେଗକୁ ଆଘାତ ଦେଇଥିବା ଟୁଇଟ୍‌ ନିମନ୍ତେ କ୍ଷମା ମାଗିଲେ ପାକିସ୍ତାନୀ ସାଂସଦ

Advertisment
ହିନ୍ଦୁ ସମ୍ପ୍ରଦାୟଙ୍କ ଭାବାବେଗକୁ ଆଘାତ ଦେଇଥିବା ଟୁଇଟ୍‌ ନିମନ୍ତେ କ୍ଷମା ମାଗିଲେ ପାକିସ୍ତାନୀ ସାଂସଦ

Image Courtesy of India Today

ଇସ୍‌ଲାମାବାଦ: ହିନ୍ଦୁ ସମ୍ପ୍ରଦାୟ ଭାବାବେଗକୁ ଆଘାତ ଦେଇଥିବା ଟୁଇଟ୍‌ ନିମନ୍ତେ ଶାସକ ଇମ୍ରାନ୍‌ ଖାଁଙ୍କ ଦଳର ଜଣେ ପାକିସ୍ତାନୀ ସାଂସଦ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି। ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟଙ୍କ ପ୍ରତି ଅସମ୍ମାନଜନକ ବୋଲି ବିଚାର କରାଯାଇଥିବା ଏହି ଟୁଇଟ୍‌ ଯୋଗୁଁ ସେ ଖୁବ୍‌ ନିନ୍ଦିତ ହୋଇଥିଲେ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରାଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ଙ୍କ ଝିଅ ବିରୋଧୀ ଦଳ ନେତ୍ରୀ ମାରିୟାମ୍‌ ନଓ୍ଵାଜ୍‌ଙ୍କୁ ବିଦ୍ରୂପ କରିବା ଲାଗି ‘ପାକିସ୍ତାନ ତେରୀକ୍‌-ଏ-ଇନ୍‌ସାଫ୍‌ ଦଳ’ର ଏହି ସାଂସଦ ଏକ ହିନ୍ଦୁ ଦିଅଁଙ୍କ ଚିତ୍ର ଟୁଇଟ୍‌ କରିଥିଲେ।

ହୁସେନ୍‌ ମଧ୍ୟ ଜଣେ ଜନପ୍ରିୟ ଟିଭି ଉପସ୍ଥାପକ। ଏପରି ଟୁଇଟ୍‌ ଯୋଗୁଁ ସେ ଧାର୍ମିକ ପଣ୍ଡିତ, ହିନ୍ଦୁ ସଂଗଠନ, ନାଗରିକ ସମାଜ ଏବଂ ଅନ୍ୟ ରାଜନେତାଙ୍କ ସମାଲୋଚନାର ସରବ୍ୟ ହୋଇଥିଲେ।

ପରେ ହୁସେନ୍‌ ତାଙ୍କ ଟୁଇଟ୍‌ ଡିଲିଟ୍‌ କରି ହିନ୍ଦୁ ସମ୍ପ୍ରଦାୟଙ୍କୁ କ୍ଷମା ମାଗିଥିଲେ। ସେ ଲେଖିଥିଲେ, ହିନ୍ଦୁ ସମ୍ପ୍ରଦାୟଙ୍କ ଭାବାବେଗ ଆଘାତ ପାଇଥିବ ବୋଲି ମୁଁ ଜାଣେ। ମୁଁ ସମସ୍ତ ବିଶ୍ୱାସକୁ ସମ୍ମାନ ଦିଏ। ଏହାହିଁ ମୋର ଧର୍ମ ମତେ ଶିକ୍ଷା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe