ପାକିସ୍ତାନ ନିଜର ସେନା ଆଇନ୍‌କୁ ସଂଶୋଧନ କରି କୂଳଭୂଷଣ ଯାଦବଙ୍କୁ ସିଭିଲ୍‌ ଅଦାଲତରେ ଆବେଦନ କରିବା ପାଇଁ ଅନୁମତି ପ୍ରଦାନ କରିବାକୁ କରୁଛି ଯୋଜନା

Advertisment
ପାକିସ୍ତାନ ନିଜର ସେନା ଆଇନ୍‌କୁ ସଂଶୋଧନ କରି କୂଳଭୂଷଣ ଯାଦବଙ୍କୁ ସିଭିଲ୍‌ ଅଦାଲତରେ ଆବେଦନ କରିବା ପାଇଁ ଅନୁମତି ପ୍ରଦାନ କରିବାକୁ କରୁଛି ଯୋଜନା

Udya India

ନୂଆଦିଲ୍ଲୀ: କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ସରକାର ନିଜର ସେନା ଆଇନ୍‌କୁ ସଂଶୋଧନ କରି କୂଳଭୂଷଣ ଯାଦବଙ୍କୁ ସିଭିଲ୍‌ ଅଦାଲତରେ ଆବେଦନ କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ଯୋଜନା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ତାଙ୍କର କିଛି ବ୍ୟବସାୟିକ କାର୍ଯ୍ୟରେ ଇରାନ୍‌ ଯାଇଥିବା ବେଳେ ପାକିସ୍ତାନର ଆଇଏସ୍‌ଆଇ ଅଧୀନରେ କାର୍ଯ୍ୟ କରୁଥିବା ‌ଆତଙ୍କବାଦୀ ଗୋଷ୍ଠୀ ତାଙ୍କୁ ଅପହରଣ କରି ଆଣିବା ସହ ତାଙ୍କୁ ପାକିସ୍ତାନୀ ସେନାର ଜିମା ଦେଇଥିଲେ। ପରେ ପାକିସ୍ତାନୀ ସେନା କୁଳଭୂ‌ଷଣଙ୍କ ବିରୋଧରେ ଏକ ମନଗଢ଼ା କାହାଣୀ ପ୍ରସ୍ତୁତ କରି ତାଙ୍କୁ ଭାରତୀୟ ଗୁପ୍ତଚର ବୋଲି ଦର୍ଶାଇ ପାକିସ୍ତାନର ଏକ ସାମରିକ ଅଦାଲତରେ ହାଜର କରାଇଥିଲେ। ପାକିସ୍ତାନର ସାମରିକ ଅଦାଲତ ୨୦୧୭ ମାର୍ଚ୍ଚରେ କୁଲଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବା ପରେ ସେ ସେବେଠାରୁ ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି।

ପାକିସ୍ତାନ ସେନା ଅଦାଲତର ଏ ପ୍ରକାରର ରାୟକୁ ବିରୋଧ କରି ଭାରତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ର ଦ୍ବରସ୍ଥ ହୋଇଥିଲା। ଆଇସିଜେ ଏହି ମାମଲାର ଶୁଣାଣି କରି କୁଲଭୂଷଣ ଯାଦବ ମାମଲାରେ ପାକିସ୍ତାନ ଭିଏନା କନ୍‌ଭେନସନ୍‌ ଚୁକ୍ତି ଅନ୍ତର୍ଗତ ସର୍ତ୍ତକୁ ଖିଲାପ କରିଥିବା ଦର୍ଶାଇ ପାକିସ୍ତାନର ସାମରିକ ଅଦାଲତ କୁଲଭୂଷଣଙ୍କୁ ଶୁଣାଇଥିବା ମୃତ୍ୟୁ ଦଣ୍ଡାଦେଶର ପୁନଃ ସମୀକ୍ଷା କରିବାକୁ କହିଥିଲା। ଆଇସିଜେର ଏ ପ୍ରକାର ଆଭିମୁଖ୍ୟ ଦେଖି ପାକିସ୍ତାନ ଏବେ ନିଜର ସେନା ଆଇନ୍‌କୁ ସଂଶୋଧନ କରି କୂଳଭୂଷଣ ଯାଦବଙ୍କୁ ସିଭିଲ୍‌ ଅଦାଲତରେ ଆବେଦନ କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ଯୋଜନା କରୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe