ଜମ୍ମୁ ଓ କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି ନିୟନ୍ତ୍ରଣ ରେଖା ଠାରେ ଚୀନ୍ ନିର୍ମିତ ଡ୍ରୋନ୍ ମୁତୟନ କରିପାରେ ପାକିସ୍ତାନ

ଜମ୍ମୁ ଓ କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି ନିୟନ୍ତ୍ରଣ ରେଖା ଠାରେ ଚୀନ୍ ନିର୍ମିତ ଡ୍ରୋନ୍ ମୁତୟନ କରିପାରେ ପାକିସ୍ତାନ

Image Courtesy of US Vision

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଆହୁରି ଅସ୍ଥିରତା ସୃଷ୍ଟି କରିବା ଲାଗି ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ଚୀନ୍ ନିର୍ମିତ ମଧ୍ୟମ ଉଚ୍ଚତାରେ ଉଡ଼ିପାରୁଥିବା ଟାଣୁଆ ‘ମାନବରହିତ ଉଡ଼ନ୍ତା ଯାନ’ (ୟୁଏଭି) ବା ଡ୍ରୋନ୍‌ ମୁତୟନ କରିବାକୁ ଯୋଜନା କରୁଛି। ନିରାପତ୍ତା ଏଜେନ୍‌ସି ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, କଶ୍ମୀର ଉପତ୍ୟକାରେ ବିଶୃଙ୍ଖଳା କରାଇବା ଲାଗି ପାକିସ୍ତାନ ଚୀନ୍‌ ଠାରୁ ବହୁସଂଖ୍ୟାରେ ‘କୈ ହୋଙ୍ଗ୍‌-୪’ ୟୁଏଭି କିଣୁଛି।

କ୍ରୟ ପ୍ରକ୍ରିୟା ସମୀକ୍ଷା କରିବାକୁ  ବ୍ରିଗେଡିୟର୍‌ ମହମ୍ମଦ ଜଫର୍‌ ଇକ୍‌ବଲଙ୍କ ନେତୃତ୍ବରେ ପାକିସ୍ତାନ ସେନାର ୧୦ଜଣିଆ ସଦସ୍ୟବିଶିଷ୍ଟ ଟିମ୍ ନିକଟରେ ଚୀନ୍ ଗସ୍ତରେ ଯାଇଥିବା କଥା ଜଣାପଡ଼ିଛି। ଚୀନ୍‌ ‘ଏରୋସ୍ପେସ୍ ଲଙ୍ଗ୍-ମାର୍ଚ ଇଣ୍ଟର୍‌ନ୍ୟାସ୍‌ନାଲ୍ ଟ୍ରେଡ୍‌ କମ୍ପାନି’ରୁ ଖରିଦ କରାଯାଉଥିବା ଏହି ସାମଗ୍ରୀଗୁଡ଼ିକର ‘ଫ୍ୟାକ୍ଟ୍ରି ଆକ୍ସେପ୍‌ଟାନ୍ସ ଟେଷ୍ଟ୍‌’ ନିମନ୍ତେ ସେମାନେ ଚୀନ୍ ଗସ୍ତ କରିଥିଲେ।

publive-image Image Courtesy of Zee News

‘କୈ ହୋଙ୍ଗ୍‌-୪’ର ପ୍ରଥମ ପର୍ଯ୍ୟାୟ ‘ଫ୍ୟାକ୍ଟ୍ରି ଆକ୍ସେପ୍‌ଟାନ୍ସ ଟେଷ୍ଟ୍‌’ ନିମନ୍ତେ ପୂର୍ବରୁ ୨୦୧୯ ଡିସେମ୍ବର ମାସରେ ମଧ୍ୟ ବିଗେଡିଅର୍ ଇକ୍‌ବାଲ୍‌ ଚୀନ୍ ଗସ୍ତରେ ଯାଇଥିଲେ। ୨୦୨୦ରେ ଏହି ୟୁଏଭି ଯୋଗାଣ ଆରମ୍ଭ ହେବ ବୋଲି ଯୋଜନା କରାଯାଇଥିଲା।

‘କୈ ହୋଙ୍ଗ୍‌-୪’ ୟୁଏଭି ୧୨୦୦ରୁ ୧୩୦୦ କିଲୋ ଓଜନ ଉଠାଇ ଉଡ଼ିପାରିବ। ଏହି ‘ଡ୍ରୋନ୍‌’ ବିଭିନ୍ନ ପ୍ରକାରର ବୋମା ଜାତୀୟ ଆଗ୍ନେୟାସ୍ତ୍ର ମଧ୍ୟ ବହନ କରିପାରିବ। ଇରାକୀୟ ସେନା ଏବଂ ରୟଲ୍‌ ଜୋର୍ଡାନ ବାୟୁସେନା ସମେତ କେତେକ ଦେଶର ସାମରିକ ବାହିନୀରେ ‘କୈ ହୋଙ୍ଗ୍‌-୪’ ‘ୟୁଏଭି’ ବ୍ୟବହାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe