ୟୁ-ଟର୍ଣ୍ଣ ନେଲେ ପାକ୍‌ ମନ୍ତ୍ରୀ ଫୱାଦ ଚୌଧୁରୀ, କହିଲେ; ମୁଁ ପୁଲୱାମା ନୁହେଁ, ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ କବଜାକୁ ନେବା ସଫଳତା ବିଷୟରେ କହୁଥିଲି

Advertisment
ୟୁ-ଟର୍ଣ୍ଣ ନେଲେ ପାକ୍‌ ମନ୍ତ୍ରୀ ଫୱାଦ ଚୌଧୁରୀ, କହିଲେ; ମୁଁ ପୁଲୱାମା ନୁହେଁ, ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ କବଜାକୁ ନେବା ସଫଳତା ବିଷୟରେ କହୁଥିଲି

Oneindia

ନୂଆଦିଲ୍ଲୀ : ଗତବର୍ଷ ଜମ୍ମୁ-କଶ୍ମୀରର ପୁଲ୍‌ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ଥିଲା ବୋଲି ପାକିସ୍ତାନର ଜଣେ ମନ୍ତ୍ରୀ ଫୱାଦ ଚୌଧୁରୀ ପାକ୍ ସଂସଦରେ ଗତକାଲି ସ୍ବୀକାର କରିଥିଲେ। କେବଳ ସେତିକି ନୁହେଁ, ଏହା ଇମ୍ରାନ୍ ସରକାରର ବଡ଼ ସଫଳତା ଥିଲା ବୋଲି କହିବାକୁ ସେ ପଛାଇ ନଥିଲେ। ପ୍ରଥମ ଥର ପାଇଁ ଭାରତ ବିରୋଧରେ ଏକ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ପ୍ରାୟୋଜିତ ଥିଲା ବୋଲି ପାକ୍ ମନ୍ତ୍ରୀଙ୍କ ଏହି ସ୍ବୀକାରୋକ୍ତି ଆଲୋଡ଼ନ ସୃଷ୍ଟି କରିଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହେବା ପରେ ଏବେ ୟୁ-ଟର୍ଣ୍ଣ ମାରିଛନ୍ତି ମନ୍ତ୍ରୀ ଫୱାଦ ଚୌଧୁରୀ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକର ଦେଇ ତାଙ୍କ ବୟାନକୁ ଭୁଲ ଭାବରେ ଦର୍ଶାଯାଇଥିବା ସେ କହିଛନ୍ତି।

Pulwama was great achievement under Imran Khan's leadership, admits Pak minister Fawad Choudhry, South Asia News | wionews.com WION

ତାଙ୍କ କହିବା ମୁତାବକ, ମୋର ବିବୃତିକୁ ଯେଉଁଭଳି ଭାବରେ ଦର୍ଶାଯାଇଛି, ତାହା ଦେଖି ମୁଁ ଆଶ୍ଚର୍ଯ୍ୟ | ଏହା ହାସ୍ୟାସ୍ପଦ | ଏହିପରି ଭାରତୀୟ ଗଣମାଧ୍ୟମ କାମ କରେ | ଭାରତରେ ରାଜନୈତିକ ସଫଳତା ପାଇଁ ବୟାନକୁ ଭିନ୍ନ ଢ଼ଙ୍ଗରେ ଲୋକଙ୍କ ପାଖକୁ ଅଣଯାଏ। ମୁଁ ସମସ୍ତଙ୍କୁ ମୋର ବକ୍ତବ୍ୟ ପୁରା ଶୁଣିବାକୁ ପରାମର୍ଶ ଦେଉଛି। ଫେବୃଆରୀ ୨୬, ୨୦୧୯ ପରେ ଘଟିଥିବା ଘଟଣାଗୁଡ଼ିକ ବିଷୟରେ ମୁଁ କହୁଥିଲି | ମୁଁ ପୁଲୱାମା ଆକ୍ରମଣକୁ ପାକିସ୍ତାନର ସଫଳତା ବୋଲି କହିନଥିଲି। ଆମ ବାୟୁସେନା ଦୁଇଟି ଭାରତୀୟ ବାୟୁସେନା ବିମାନକୁ ତଳକୁ ଖସାଇବା ଏବଂ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମ‌ାନଙ୍କୁ କବଜାକୁ ନେବା ସଫଳତା ବିଷୟରେ ମୁଁ କହୁଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe