ପାକିସ୍ତାନରେ ବଡ଼ଧରଣର ଡାଟା ଲିକ; ୫ଶହ, ୨ହଜାର ଟଙ୍କାରେ ବିକ୍ରି ହେଉଛି ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ତଥ୍ୟ

ପାକିସ୍ତାନ‌ରେ ଇଣ୍ଟରନେଟରେ ବ୍ୟବହାରକାରୀଙ୍କ ମୋବାଇଲର ଲୋକେସନ୍ ମାତ୍ର ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୋଟିଏ ମୋବାଇଲର ସମ୍ପୂର୍ଣ୍ଣ ଡାଟା ୨୦୦୦ ଟଙ୍କାରେ ବିକ୍ରି ହେଉଛି। 

New Project (17)

ପାକିସ୍ତାନ: ପାକିସ୍ତାନର ଲାହୋର, ଇସଲାମାବାଦ ଏବଂ କରାଚୀ ସମେତ ସମଗ୍ର ଦେଶର ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ତଥ୍ୟ ଇଣ୍ଟରନେଟରେ ବିକ୍ରି ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଅନେକ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ମଧ୍ୟ ଏହି ତଥ୍ୟ ଲିକ୍ ଜାଲରେ ଫସି ଯାଇଛନ୍ତି। 

ଗୃହମନ୍ତ୍ରୀ ମୋହସିନ୍ ନକଭି ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ତଥ୍ୟ ଇଣ୍ଟରନେଟରେ ବିକ୍ରି ସମ୍ପର୍କରେ ଏକ ଦଳ ଗଠନ କରିଛନ୍ତି। ତଦନ୍ତ ପାଇଁ ଦଳକୁ ଦୁଇ ସପ୍ତାହ ସମୟ ଦିଆଯାଇଛି।  ରିପୋର୍ଟ ଆସିବା ପରେ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ।

ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ସୂଚନା ପାଇଁ ଏକ ଭିନ୍ନଭିନ୍ନ ମୂଲ୍ୟ ରଖାଯାଇଛି। ଇଣ୍ଟରନେଟରେ ବ୍ୟବହାରକାରୀଙ୍କ ମୋବାଇଲର ଲୋକେସନ୍ ମାତ୍ର ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୋଟିଏ ମୋବାଇଲର ସମ୍ପୂର୍ଣ୍ଣ ଡାଟା ୨୦୦୦ ଟଙ୍କାରେ ବିକ୍ରି ହେଉଛି। 

ବିଦେଶ ଯାତ୍ରା ସମ୍ବନ୍ଧୀୟ ସୂଚନା ପାଇଁ ୫୦୦୦ ଟଙ୍କା ଆଦାୟ କରାଯାଉଛି। ପାକିସ୍ତାନର ୧୮ କୋଟିରୁ ଅଧିକ ମୋବାଇଲ ବ୍ୟବହାରକାରୀଙ୍କ ଡାଟା ଚୋରି ହୋଇଥିବା ସୂଚନା ମିଳିଛି।

ବଡ଼ଧରଣର ତଥ୍ୟ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନଙ୍କୁ ସେମାନଙ୍କର ପାସୱାର୍ଡ ପରିବର୍ତ୍ତନ କରିବା ସହିତ କଠିନ ପାସୱାର୍ଡ  ରଖିବାକୁ ପରାମର୍ଶ ଦିଆଯାଇଛି। ଯାହାକୁ କେହି ସହଜରେ ଠଉରାଇ ପାରିବେ ନାହିଁ।କେବଳ ଏତିକି ନୁହେଁ ପାକିସ୍ତାନର ଅନେକ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟ ଡାଟା ଲିକ୍ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe