ପାକିସ୍ତାନ: ମାସକରେ ମୌସୁମୀ ନେଲାଣି ୧୪୭ ଜୀବନ

Advertisment
ପାକିସ୍ତାନ: ମାସକରେ ମୌସୁମୀ ନେଲାଣି ୧୪୭ ଜୀବନ

dw.com

କରାଚି : ପାକିସ୍ତାନରେ ମୌସୁମୀ ବର୍ଷା ଯୋଗୁଁ ଗତ ମାସ ଠାରୁ ଏପର୍ଯ୍ୟନ୍ତ ୧୪୭ ଜଣ ପ୍ରାଣ ହରାଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି। ଦେଶର କିଛି କିଛି ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୮୮ଜଣ ମହିଳା ଏବଂ ଶିଶୁ ରହିଛନ୍ତି। ଅନ୍ୟପକ୍ଷେ ବର୍ଷା ଯୋଗୁଁ ଅନେକ ଘର, ବ୍ରିଜ୍‌ ଏବଂ ପା​ଵାର ଷ୍ଟେସନ ଆଦି ନଷ୍ଟ ହୋଇଯାଇଥିବା ସହ ଗାଡ଼ି ମଟର ମଧ୍ୟ ଭାସି ଯାଇଛି। କରାଚିର ଦକ୍ଷିଣ ପୋର୍ଟରେ ସ୍ଥିତି ଗମ୍ଭୀର ରହିଥିବା କୁହାଯାଇଛି। ନିମ୍ନମାନର ସରକାରୀ ଯୋଜନା ଯୋଗୁ୍ଁ ପ୍ରତିବର୍ଷ ମୌସୁମୀରେ ପାକିସ୍ତାନର ଅନେକ ଅଞ୍ଚ​ଳ ପ୍ରଭାବିତ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe