Image Source: Hindustan Times
ଓ୍ଵାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ପ୍ରତିରାକ୍ଷା ସଚିବ ଜେମ୍ସ୍ ମ୍ୟାଟିସ୍ କହିଛନ୍ତି ଯେ ତାଙ୍କ ବିଚାରରେ ପାକିସ୍ତାନ ହେଉଛି ବିଶ୍ୱରେ ସବୁଠୁ ବଡ଼ ବିପଜ୍ଜନକ ଦେଶ।
ଜାନୁଆରି ମାସରେ ଟ୍ରମ୍ପ୍ ପ୍ରଶାସନ ଛାଡ଼ିଥିବା ମ୍ୟାଟିସ୍ ଭାରତ ସହିତ ବରାବର ଲାଗିଥିବାରୁ ପାକିସ୍ତାନକୁ ସମାଲୋଚନା କରି କହିଛନ୍ତି ଭାରତ ପ୍ରତି ତା’ର ଥିବା ଶତ୍ରୁତାକୁ ସେ ଭୌଗୋଳିକ ସ୍ଥିତି ମାଧ୍ୟମରେ ଆନ୍ତର୍ଜାତିକସ୍ତରରେ ପ୍ରଦର୍ଶନ କରାଉଛି। ଭାରତର ପ୍ରଭାବକୁ ପ୍ରତିରୋଧ କରିବାକୁ ମଧ୍ୟ ପାକିସ୍ତାନୀ ସାମରିକବାହିନୀ କାବୁଲ୍ରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସରକାର ଚାହୁଁଛି। ସେଥିପାଇଁ ସେ ଗୋଟାଏ ରୀତିମତ ଯୋଜନା କରିଛି।
Image Source: USA online journalପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକା ନୌବାହିନୀର ମୁଖ୍ୟ ଭାବେ ଆଫଗାନିସ୍ତାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ କମାଣ୍ଡ୍ ମୁଖ୍ୟ ଏବଂ ତା’ପରେ ପ୍ରତିରକ୍ଷା ସଚିବ ଭାବେ ପାକିସ୍ତାନ ଏବଂ ଦକ୍ଷିଣ ଏସିଆ ସହ କାରବାର କରିବାରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି।
ମଙ୍ଗଳବାର ଦିନ ପ୍ରକାଶିତ ତାଙ୍କ ଆତ୍ମଜୀବନୀରେ ସେ ଲେଖିଛନ୍ତି: ମୁଁ କାରବାର କରିଥିବା ସବୁ ଦେଶ ମଧ୍ୟରୁ ସବୁଠୁ ବଳି ବିପଜ୍ଜନକ ହେଉଛି ପାକିସ୍ତାନ। କାରଣ ହେଲା ତାଙ୍କ ସମାଜରେ ମୌଳବାଦୀତା ଏବଂ ଆଣବିକ ଅସ୍ତ୍ର।
ସେ ଆହୁରି କହିଛନ୍ତି କି, ସେମାନଙ୍କ ଭବିଷ୍ୟତକୁ ଚାହିଁ କାମ କଲା ଭଳି ନେତା ମଧ୍ୟ ସେଠାରେ ନାହାନ୍ତି।
Follow Us