(Photo Credits: IANS)
ନୂଆଦିଲ୍ଲୀ: ଭାରତ ସହ ସଂପର୍କ ବୃଦ୍ଧି କରାଇବାକୁ ଚାହୁଁଥିଲେ ପାକିସ୍ତାନ ପ୍ରଥମେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଉଚିତ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଏକ ଫ୍ରେଞ୍ଚ୍ ଖବରକାଗଜକୁ ନିଜର ସାକ୍ଷାତ୍କାର ଦେଇ ସେ ଏପରି କହିଥିବା ଜାଣିବାକୁ ମିଳିଛି। ସେ ଆହୁରି ବି କହିଛନ୍ତିି କି ପାକିସ୍ତାନ ସ୍ବୀକାର କରିବା ଉଚିତ ଯେ ଆତଙ୍କବାଦ ତାଙ୍କ ଦେଶରୁ ହିଁ ଆରମ୍ଭ ହେଉଛି। ଦୀର୍ଘ ବର୍ଷ ଧରି ଭାରତ-ପାକିସ୍ତାନ ଭିତରେ ଭଲ ସଂପର୍କ ସ୍ଥାପନ ଏକ କଷ୍ଠକର ବ୍ୟାପାର ହୋଇ ଆସୁଛି ବୋଲି ଜୟଶଙ୍କର ତାଙ୍କର ମତ ଦେଇ କହିଛନ୍ତି।
ସେ କହିଛନ୍ତି କି ପାକିସ୍ତାନ ଆତଙ୍କବାଦୀ ସୃଷ୍ଟି କରି ଭାରତ ପଠାଉଛି ଆକ୍ରମଣ କରିବା ପାଇଁ। ଯେଉଁ ପଡ଼ୋଶୀ ରାଷ୍ଟ୍ର ଖୋଲାଖୋଲି ଆତଙ୍କବାଦ କାର୍ଯ୍ୟ କରୁଛି ତାହା ସହ ସଂପର୍କ ରଖିବାକୁ କେଉଁ ଦେଶ ଇଚ୍ଛା ପ୍ରକାଶ କରିବ ବୋଲି କହି ଜୟଶଙ୍କର ଖୋଲାଖୋଲିବା ଭାବେ ପ୍ରଶ୍ନ କରିଛନ୍ତି। ପାକିସ୍ତାନ ସହ ଦ୍ବିପାକ୍ଷୀକ ସଂପର୍କ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏପରି କହିଛନ୍ତି।
Follow Us