Times Now
ନୂଆଦିଲ୍ଲୀ: ଗୁପ୍ତଚରଙ୍କ ଉପରେ ଦୃଷ୍ଟି ରଖିବା କିମ୍ବା ଗୁପ୍ତଚରଙ୍କୁ ଗିରଫ କରିବା ଜମ୍ମୁ-କଶ୍ମୀର ପୁଲିସ ପାଇଁ କୌଣସି ନୂଆ କଥା ନୁହେଁ। ନିକଟରେ କଶ୍ମୀରରୁ ଏକ ପାକିସ୍ତାନୀ ଗୁପ୍ତଚର ଧରାପଡ଼ିବା ପରେ ହୀରା ନଗର ପୁଲିସ ଷ୍ଟେସନ୍ରେ ଚାଞ୍ଚଲ୍ୟ ଖେଳି ଯାଇଛି।
Khabar NDTVଏହି ଘଟଣାକୁ ନେଇ ଚର୍ଚ୍ଚିତ ଲେଖକ ଚେତନ ଭଗତ ଟୁଇଟରେ ଏକ ପ୍ରତିକ୍ରିୟା ଦେଇଛନ୍ତି। ଆଉ ଚେତନଙ୍କ ଏହି ଟୁଇଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଚେତନ ଭଗତ ପିଟିଆଇର ଟୁଇଟକୁ ରିଟୁଇଟ କରି କହିଛନ୍ତି, ‘ ଇଏ ବାସ୍ତବରେ କ’ଣ ଗୁପ୍ତଚର! ଯଦି ଗୁପ୍ତଚର କେମିତି ଅନ୍ୟକୁ ଯାଇ ରିପୋର୍ଟ କରିଥାଏ? ଏହି ପରା ଯଦି ଭାରତରେ ଅଣ୍ଡା ଦେବ, ତେବେ ସେହି ଅଣ୍ଡାରୁ ଜାତ ଛୁଆକୁ କ’ଣ ଭାରତୀୟ ବୋଲି କୁହାଯିବ? ମୋତେ ଏସବୁ ଜାଣିବାର ଅଛି। ପୂରା ଦିନରେ ଏହା ମୋ ପାଇଁ ସବୁଠାରୁ ଭଲ ଖବର । ଚେତନ ଭଗତଙ୍କ ଏହି ଟୁଇଟକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ରବିବାର ସନ୍ଧ୍ୟା ୭ଟା ବେଳେ କେସ୍ ଡାଏରୀରେ ପୁଲିସର ରେକର୍ଡ ଅନୁସାରେ ଗୋଟିଏ ପାରା ଆଇବି ଅନ୍ତର୍ଗତ ଚଡ଼ଓ୍ଵାଲ ଅଞ୍ଚଳରେ ବସବାସ କରୁଥିବା ଗୀତା ଦେବୀଙ୍କ ଘର ଛାତରେ ବସିଥିଲା।
ଉକ୍ତ ପାରାଟି ଦେଖିବାକୁ ଅଦ୍ଭୁତ ଲାଗୁ ଥିବାରୁ ଗୀତା ପାରାକୁ ଯାଇ ଧରି ନେଇଥିଲେ। ଏହାପରେ ସେ ଦେଖିବାକୁ ପାଇଥିଲେ କି ପାରାର ପାଦରେ ଗୋଟିଏ ଆଙ୍ଗୁଠି ରହିଛି। ଆଉ ସେହି ଆଙ୍ଗୁଠିରେ ଏକ ଫୋନ୍ ନମ୍ବର ଲେଖା ହୋଇଛି। ସେ ଏହି ଘଟଣା ବିଷୟରେ ଚଡ଼ଓ୍ଵାଲ ଗ୍ରାମର ସରପଞ୍ଚକୁ ଜଣାଇଥିଲେ। ସରପଞ୍ଚ ମହିଳାଙ୍କ ଠାରୁ ପାରାକୁ ନେଇ ବିଏସ୍ଏଫ୍ଙ୍କୁ ଦେଇଥିଲେ। ବିଏସ୍ଏଫ୍ ଉକ୍ତ ପାରାକୁ ହୀରାନଗର ପୁଲିସକୁ ହସ୍ତାନ୍ତର କରି ଦେଇଥିଲେ। ପାରା ଆଙ୍ଗୁଠିରେ ଲେଖାଥିବା ନମ୍ବରକୁ ପୁଲିସ ଟ୍ରାକ୍ କରିବା ସହିତ ପାକିସ୍ତାନ ଗୁପ୍ତଚର ବୋଲି ସନ୍ଦେହ କରିଛି।
Follow Us