ଭାରତ ଉପରେ ମିସାଇଲ୍ ଆକ୍ରମଣ କରିବାକୁ ଯାଉଥିଲା ପାକିସ୍ତାନ, ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲା

Advertisment
ଭାରତ ଉପରେ ମିସାଇଲ୍ ଆକ୍ରମଣ କରିବାକୁ ଯାଉଥିଲା ପାକିସ୍ତାନ, ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲା

ନୂଆଦିଲ୍ଲୀ: ୯ ମାର୍ଚ୍ଚରେ ଭାରତର ଏକ ଅସ୍ତ୍ରବିହୀନ ମିସାଇଲ୍ ଭୁଲରେ ପାକିସ୍ତାନ ସୀମାର ୧୨୪ କିଲୋମିଟର ଭିତରେ ଚନ୍ନୁ ନାମକ ସ୍ଥାନରେ ପଡିଥିଲା। ପାକିସ୍ତାନ ସେନା ଏହାକୁ ଭାରତର ଆକ୍ରମଣ ମାନି ଏହାର ଜବାବରେ ଭାରତ ଉପରେ ମିସାଇଲ ଦ୍ଵାରା ଆକ୍ରମଣ କରିବାକୁ ପ୍ରସ୍ତୁତି କରିଥିଲା। କିନ୍ତୁ ପରିଶେଷରେ ପାକିସ୍ତାନ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଥିଲା।

ଏହାର ଦୁଇଟି କାରଣ ଅଛି, ପ୍ରଥମଟି ହେଉଛି ଏହି ମିସାଇଲରେ କୌଣସି ଅସ୍ତ୍ର ନଥିଲା। ଦ୍ଵିତୀୟତଃ, ପ୍ରଥମରୁ ହଁ ଜଣା ପଡିଥିଲା ଯେ ମିସାଇଲକୁ ଜାଣିଶୁଣି ପ୍ରୟୋଗ କରାଯାଇ ନଥିଲା। ଏପରି ଘଟଣାର ଫଇସଲା କରିବା ପାଇଁ ଦୁଇ ଦେଶ ପାଖପରେ ହଟ୍-ଲାଇନ୍ ଅଛି। ଭାରତ କିନ୍ତୁ ହଟ୍-ଲାଇନରେ ବି ପାକିସ୍ତାନକୁ ଏବିଷୟରେ ସୂଚନା ଦେଇ ନଥିଲା।

ଏକ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ ଆକ୍ରମଣ କରିବାକୁ ଯାଉଥିଲା କିନ୍ତୁ ନିଜକୁ ରୋକିଥିଲା। ପାକିସ୍ତାନ ସେନାର ଦାୟିତ୍ଵସଂପନ୍ନ ଅଫିସରଙ୍କୁ ଲାଗିଥିଲା ଯେ କିଛି ଗଡବଡ ହୋଇଛି। ତେଣୁ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରି ନଥିଲା।

publive-image

ପାକିସ୍ତାନ ଅଫିସରଙ୍କ ଅନୁସାରେ ମିସାଇଲ୍ ସିର୍ସାରୁ ପଠାଯାଇଥିଲା, ତେବେ ରିପୋର୍ଟ ଅନୁସାରେ ଏହାକୁ ଆମ୍ଵାଲାରୁ ପଠାଯାଇଥିଲା। କୁହାଯାଉଛି ଯେ ଏଥିରେ ମାନବୀୟ ଓ ଟେକ୍ନିକାଲ୍ ଉଭୟ ଭୁଲ୍ ଥିଲା। ଏହି ଗଡବଡ ନିତିଦିନିଆ ତଦାରଖ ସମୟରେ ହୋଇଥିଲା। ପାକିସ୍ତାନ ୧୦ ମାର୍ଚ୍ଚରେ ଏହି ଘଟଣା ବିଷୟରେ ତଥ୍ୟ ଦେଇଥିଲା। ୧୧ ମାର୍ଚ୍ଚରେ ଭାରତ ମାନିଥିଲା ଯେ ଏହା ଭାରତ ଦ୍ଵାରା ଭୁଲରେ ଫାୟାର୍ ହୋଇଥିଲା।

ଜଣେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅୁସାରେ, ମିସାଇଲ୍ ତାହାକୁ କୁହା ଯାଇଥାଏ ଯେଉଁଥିରେ ଅସ୍ତ୍ର ଥାଏ। କୌଣସି ଦେଶ ଖାଲି ମିସାଇଲ୍ କାହିଁକି ନିକ୍ଷେପ କରିବ। ଦ୍ଵିତୀୟ କଥା ହେଉଛି, ପାକିସ୍ତାନ ଏୟାର ଫୋର୍ସ୍ ନିଜେ ଅଫିସିଆଲି ମିସାଇଲ୍ ସ୍ଥାନରେ ପ୍ରୋଜେକ୍ଟାଇଲ୍ ଶବ୍ଦର ପ୍ରୟୋଗ କରିଥିଲା। ସେନା ଜାଣିଛି କେଉଁ ଅସ୍ତ୍ରର ଅର୍ଥ କଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe