୨୬/୧୧ ଭଳି ଷଡ୍‌ଯନ୍ତ୍ର କରିଥିଲା ପାକିସ୍ତାନ: ଏନ୍‌ଆଇଏ ତଦନ୍ତ ତ୍ବରାନ୍ବିତ, ପୀଡ଼ିତଙ୍କ ବୟାନ ରେକର୍ଡ

Advertisment

ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ୱ କେନ୍ଦ୍ର ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଏବେ ତ୍ବରାନ୍ବିତ ହୋଇଛି ଏବଂ ପୀଡ଼ିତଙ୍କ ବୟାନ ରେକର୍ଡ ଜାରି ରହିଛି।

ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ୱ କେନ୍ଦ୍ର ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଏବେ ତ୍ବରାନ୍ବିତ ହୋଇଛି ଏବଂ ପୀଡ଼ିତଙ୍କ ବୟାନ ରେକର୍ଡ ଜାରି ରହିଛି।

ପାକ୍‌ ପ୍ରାୟୋଜିତ ଆତଙ୍କବାଦ ଶିଳ୍ପକୁ ପଙ୍ଗୁ କରିବ ଭାରତ; ଟାର୍ଗେଟ୍‌ରେ ଲସ୍କର, ଅଲ୍‌କାଏଦା, ଆଇଏସ୍‌, ଜୈଶ୍‌

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ୱ କେନ୍ଦ୍ର ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଏବେ ତ୍ବରାନ୍ବିତ ହୋଇଛି ଏବଂ ପୀଡ଼ିତଙ୍କ ବୟାନ ରେକର୍ଡ ଜାରି ରହିଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏହାର ଆଗୁଆ ସଂଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆର୍‌ଏଫ୍‌) ଜରିଆରେ ଏହି ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ତଦନ୍ତର ଅଗ୍ରଗତି ଉପରେ ଗୃହ ମନ୍ତ୍ରାଳୟର ଅହରହ ନଜର ରହିଛି।  ଏନ୍‌ଆଇଏ ଏବେ ଜମ୍ମୁ-କାଶ୍ମୀର ପୁଲିସଠାରୁ  ମାମଲାର ସଂପୂର୍ଣ୍ଣ ତଦନ୍ତ ଭାର  ହାତକୁ ନେବା ସହ ପାକିସ୍ତାନର ଗଭୀର ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ବ୍ୟାପକ ଖୋଳତାଡ଼ ଚଳାଇଛି। ଏଫ୍‌ଆଇଆର ପୁନଃ ପଞ୍ଜୀକୃତ କରି  ତଦନ୍ତ ଆରମ୍ଭ ହୋଇଥିବା ବେଳେ ତଦନ୍ତ ପରିସର ବ୍ୟାପକ ହୋଇଛି। ସୂଚନାଯୋଗ୍ୟ, ଏହି ମାମଲାରେ ଏନ୍‌ଆଇଏ ପ୍ରଥମ ଦିନରୁ ହିଁ ଜମ୍ମୁ କାଶ୍ମୀର ପୁଲସ ସହ ମିଳିତ ଭାବେ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲା। 

ଏନ୍‌ଆଇଏ ଟିମ୍‌ ଲସ୍କର, ଜୈସ-ଏ-ମହମ୍ମଦ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ସହ ଜଡିତ ଗିରଫ ଆତଙ୍କବାଦୀ ଏବଂ ଓଭର୍‌ଗ୍ରାଉଣ୍ଡ କର୍ମୀଙ୍କୁ ପଚରାଉଚରା କରୁଛି । ସେପଟେ ସେନା, ସିଆର୍‌ପିଏଫ୍‌ ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ଫୋର୍ସ ବୈସାରଣ ଉପତ୍ୟକାରେ ୨୬ ଜଣ ନିରୀହ ନାଗରିକଙ୍କୁ ହତ୍ୟା କରିଥିବା ଆକ୍ରମଣକାରୀଙ୍କୁ ଠାବ କରିବାକୁ ତଲାସୀ ଅଭିଯାନ ଚଳାଇଛି। ଭାରତୀୟ ଗୁଇନ୍ଦା ଏଜେନ୍ସି ପାକିସ୍ତାନର ମୁଜାଫରାବାଦ ଏବଂ କରାଚୀରେ ସୁରକ୍ଷିତ ଆଶ୍ରୟସ୍ଥଳରେ ଏହି ଆକ୍ରମଣର ଡିଜିଟାଲ ପ୍ରମାଣ ଠାବ କରିଛି, ଯାହା ଏହି ଆକ୍ରମଣରେ ପାକିସ୍ତାନର ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ନିଶ୍ଚିତ କରୁଛି। ମୁମ୍ବାଇ ୨୬/୧୧ ଷ୍ଟାଇଲ୍ କଣ୍ଟ୍ରୋଲ ରୁମ୍ ଅପରେସନ୍ ଭଳି ପହଲଗାମ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ଫୋରେନସିକ୍ ବିଶ୍ଳେଷଣ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଜଣାପଡିଛି ଯେ ଏହି ଆକ୍ରମଣରେ ୫ରୁ ଅଧିକ ଆତଙ୍କବାଦୀ ସମ୍ପୃକ୍ତ ଥିଲେ, ଯେଉଁମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ ଏବଂ କିଛି ଆତଙ୍କବାଦୀ ସେନା ଭଳି ପୋଷାକ ପିନ୍ଧିଥିଲେ। ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଅପରେସନରେ ପାକିସ୍ତାନର ଆତଙ୍କବାଦୀମାନେ ସକ୍ରିୟ ଭାବେ ସାମିଲ ଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe