ଲାଇଭ ଟିଭିରେ ଆଲୋଚନା କରୁକରୁ ଭାଷଣ ଭୁଲିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଜାତିସଂଘରେ ମୁଜାହିଦ୍ଦିନ୍‌ଙ୍କୁ ହିରୋ କହି ଅଡ଼ୁଆରେ ଇମ୍ରାନ

ThePrint

ଇସଲାମାବାଦ: ଅନେକ ସମୟରେ କ୍ୟାମେରା ସାମ୍ନାରେ ନାଚ ହେଉ ଅବା ଗୀତ କି ଭାଷଣ ଦେବା ବେଳେ କ’ଣ କହିବାର ଅଛି କି କରିବାର ଅଛି ତାହା ଭୁଲି ହୋଇଯାଇଥାଏ। ଏମିତି ଏକ ଘଟଣା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସହିତ ଘଟିଛି।

ଇମ୍ରାନ ଖାନ ଲାଇଭ ଟିଭିରେ ଆଲୋଚନା କରୁକରୁ  ନିଜର ଭାଷଣର ଲାଇନକୁ ଭୁଲି ଯାଇଥିଲେ। ଏହି ଘଟଣାର ଭିଡିଓ ଟୁଇଟରରେ ସେୟାର ହେବା ପରେ ସଙ୍ଗେସଙ୍ଗେ ଟ୍ରୋଲ ହେବା ଆରମ୍ଭ ହୋଇଯାଇଥିଲା।

ଇମ୍ରାନ ଖାନଙ୍କୁ ସିନେଟ ନିର୍ବାଚନରେ ଝଟକା ଲାଗିଛି। ଏହାପରେ ସେ ଗୁରୁବାର ରାତିରେ ଦେଶକୁ ସମ୍ବୋଧିତ କରିଥିଲେ। ସେ ପାକିସ୍ତାନ ନିର୍ବାଚନୀ ଆୟୋଗ (ଇସିପି)ଙ୍କ ନିକଟରେ ପ୍ରଶ୍ନ ରଖିଥିଲେ। ଏହି ଭାଷଣ ଦେବା ସମୟରେ ସେ ଅଟକି ଯାଇଥିଲେ। ଆଉ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ଭାଷଣ ଲାଇନ ଆଉ ମନେ ପଡ଼ି ନଥିଲା।

ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ଏହି ଭିଡିଓ ସେୟାର କରିଥିଲେ। ଭିଡିଓରେ ଶୁଣିବାକୁ ମିଳୁଛି, ଇମ୍ରାନ ଖାନ  ଟେଲିଭିଜନରେ ଲାଇଭ ଚାଲୁଥିବା ବେଳେ ନିଜ ଲାଇନ ଭୁଲି ଯାଉଛନ୍ତି। ଏଇ ଯେଉଁ ବଡ଼-ବଡ଼.. ବଡ଼ ବଡ଼ କ’ଣ ସେଗୁଡ଼ିକ? ହେ ସେ ଯାହା ହେଉ। ଏତିକି କହି ସେ ଆଗକୁ ବଢ଼ୁଛନ୍ତି।

୧୭ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି,  ତୁମେ କ’ଣ କହିବାକୁ ଚାହୁଁଛ? ସେହିପରି ଜଣେ ୟୁଜର ଏହି ଭିଡିଓକୁ ଦେଖି ‘ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ’ ସିନେମା ସଂଳାପ ଲେଖି କହିଛନ୍ତି, ବଡ଼ ବଡ଼ ସହରରେ ଏମିତି ଛୋଟଛୋଟ କଥା ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe