ପାକିସ୍ତାନ ମ୍ୟାଚ ଜିତିବା ପରେ ଭାରତକୁ ଏଭଳି କହି ପରିହାସ କଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ପାକିସ୍ତାନ ମ୍ୟାଚ ଜିତିବା ପରେ ଭାରତକୁ ଏଭଳି କହି ପରିହାସ କଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଭାରତ ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ୫ ଥର ବିଜୟ ହାସଲ କରିଥିବା ବେଳେ ପ୍ରଥମ ଥର ପାଇଁ ଗତକାଲି ପରାସ୍ତ ହୋଇଥିଲା। ଭାରତକୁ ପାକିସ୍ତାନ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା। ଆଜି ଏହାକୁ ନେଇ ଭାରତକୁ ପରିହାସ କରିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତିି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ସାଉଦି ଆରବର ରାଜଧାନୀ ରିୟାଦରେ ପାକିସ୍ତାନ-ସାଉଦି ନିବେଶ ଫୋରମକୁ ସମ୍ବୋଧିତ କରି କହିଛନ୍ତି ଯେ, ପାକିସ୍ତାନ ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ହେଲେ ଗତକାଲି ପାକ୍ କ୍ରିକେଟ ଟିମ୍ ଭାରତକୁ ହରାଇଛି। ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା କଥା କହିବା ଠିକ୍ ନୁହେଁ। ଚୀନ୍ ସହିତ ଆମର ଭଲ ସମ୍ପର୍କ ଅଛି ଏବଂ ଭାରତ ସହିତ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିବା ପାଇଁ ଆମେ ଚାହୁଁଛୁ। କିନ୍ତୁ ଏବେ ଠିକ୍ ସମୟ ନୁହେଁ। "

publive-image Photo: India TV

ଉଲ୍ଲେଖଯୋଗ୍ୟ, ୧୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୭.୫ ଓଭରରେ କୌଣସି ଓ୍ଵିକେଟ ନ ହରାଇ ବିଜୟ ହାସଲ କରିଥିଲା। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବିଶ୍ୱକପ୍‌ର ଏହ ହାଇଭୋଲଟେଜ୍‌ ମ୍ୟାଚରେ ପାକିସ୍ତାନ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଟିମ୍‌ ଇଣ୍ଡିଆ ପକ୍ଷରୁ କେଏଲ୍‌ ରାହୁଲ ଓ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୫୧ ରନ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe