ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବରେ ବିଚଳିତ ହୋଇ ଇମ୍ରାନ୍‌ ଖାନ୍‌ କହିଲେ; ଆଉ ଏବେ ଚୁପ୍‌ ବସିବୁ ନାହିଁ, ଦେବୁ ଜବାବ

ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବରେ ବିଚଳିତ ହୋଇ ଇମ୍ରାନ୍‌ ଖାନ୍‌ କହିଲେ; ଆଉ ଏବେ ଚୁପ୍‌ ବସିବୁ ନାହିଁ, ଦେବୁ ଜବାବ

ନୂଆଦିଲ୍ଲୀ:  ନିଜ ଭୁଲ ସୁଧାରିବା ବଦଳରେ ଭାରତକୁ ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଆଜି ଟୁଇଟ୍ ଜରିଆରେ ସେ ଭାରତକୁ ପାଲଟା ଆକ୍ରମଣ କରିବାର ଧମକ ଦେଇଛନ୍ତି। ଟୁଇଟ୍ କରି ଲେଖିଛନ୍ତି, ମୁଁ ଭାରତ ଓ ବିଶ୍ୱସମୁଦାୟକୁ ଜଣାଇ ଦେବାକୁ ଚାହୁଁଛି, ଏଲଓସିରେ ଭାରତ ଆକ୍ରମଣ ଜାରି ରଖିଲେ ପାକିସ୍ତାନ ଚୁପ୍‌ ବସିବ ନାହିଁ। ଗୋଟିଏ ପଟେ ପାକିସ୍ତାନ ନିଜେ ସୀମାରେ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରୁଥିବା ବେଳେ ଭାରତ ତାହାର କଡ଼ା ଜବାବ ଦେଉଛି। ଭାରତର ପ୍ରତିଜବାବରେ ବିଚଳିତ ହୋଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତକୁ ଏଭଳି ଫମ୍ପା ଧମକ ଦେଇଛନ୍ତି। ତାଙ୍କ ଏଭଳି ଟୁଇଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆଉ ଏକ ଟୁଇଟ୍ କରି ଇମ୍ରାନ୍‌ ଖାନ୍‌ ଲେଖିଛନ୍ତି, ଏଲଓସିରେ ଭାରତ ଲଗାତାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରୁଛି ଏବଂ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରୁଛି। ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ହସ୍ତକ୍ଷେପ କରିବା ଆବଶ୍ୟକ। ଏହା ସହ ରାଷ୍ଟ୍ର ସୈନ୍ୟ ପର୍ଯ୍ୟବେକ୍ଷକ ସମୂହ ଭାରତର ସମସ୍ତ ଗତିବିଧି ଉପରେ ନଜର ରଖିବା ସହ କଶ୍ମୀର ଗସ୍ତ କରିବା ଉଚିତ୍। ଆମକୁ ଭାରତୀୟ ସେନାର 'ଫ୍ଲାଗ ଅପରେସନ'କୁ ଡ଼ର ଲାଗୁଛି ବୋଲି କହିଛନ୍ତି ଇମ୍ରାନ୍‌ ଖାନ୍‌।

ସୂଚନାଯୋଗ୍ୟ, ଗତକାଲି  ପାକିସ୍ତାନ ଭାରତ ସୀମବର୍ତ୍ତୀ ଅଞ୍ଚଳରେ ଜନବସତିକୁ ଟାର୍ଗେଟ କରି ମୋର୍ଟାର ମାଡ଼ କରିଥିଲା। ଭାରତୀୟ ସେନା ଏହାର କଡ଼ା ଜବାବ ଦେବା ପରେ ବିଚଳିତ ହୋଇ ପାକିସ୍ତାନ ଆଜି ବିଶ୍ୱ ସମୁଦାୟ ଆଗରେ ଫମ୍ପା ଧମକ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe