ଜମ୍ମୁ ଓ କଶ୍ମୀର ବିଷୟରେ ଟେଲିଫୋନ୍‌ରେ କଥା ହେଲେ ଇମ୍ରାନ୍‌ ଖାଁ ଓ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

Image Source: Zee News

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲୁ ରଖିବା ଲାଗି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ କହିଛନ୍ତି। ଗୁରୁବାର ଦିନ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା ବେଳେ ଜମ୍ମୁ ଓ କଶ୍ମୀର ସମସ୍ୟାରେ ମଧ୍ୟସ୍ଥିତା କରିବାକୁ ଟ୍ରମ୍ପ୍‌ ଦେଉଥିବା ପ୍ରସ୍ତାବକୁ ଖାଁ ତାରିଫ୍‌ କରିଥିଲେ।

publive-image Image Source: The Hindu

ଜମ୍ମୁ ଓ କଶ୍ମୀରରେ ସାମ୍ପ୍ରତିକ ସ୍ଥିତି ପ୍ରସଙ୍ଗ ଉଠାଇ ଖାଁ କହିଛନ୍ତି କି, ସେ ଅଞ୍ଚଳରେ କୋଟି କୋଟି ଲୋକ ଅବଦମିତ ହୋଇ ରହିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପର ଠାରୁ ପାକିସ୍ତାନ ବିଭିନ୍ନ ଆନ୍ତର୍ଜାତିକ ପ୍ଲାଟ୍‌ଫର୍ମରେ ଭାରତକୁ ବଦନାମ କରିବାକୁ ଉଦ୍ୟମ କରିଛି। ଏଥିରେ ମଧ୍ୟସ୍ଥତା କରିବାକୁ ସେ ବାରମ୍ବାର ଟ୍ରମ୍ପ୍‌ ପ୍ରଶାସନକୁ କହିଥିଲେ ବି ଭାରତ କହିଛି କି, ଏହା ଦେଶର ଅଭ୍ୟନ୍ତରୀଣ ମାମଲା। ଏଥିପାଇଁ ଦ୍ୱିପାକ୍ଷିକ ଆଲୋଚନା କରାଯାଇ ପାରେ କିନ୍ତୁ, ତୃତୀୟ ପକ୍ଷ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ।

ଉଭୟ ନେତା ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe