ଇସ୍ଲାମାବାଦ୍: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍ବାଜ୍ ଶରିଫ୍ଙ୍କ ୧୦୦ ଘଣ୍ଟାର ଆଳାପ ପ୍ରାୟ ୨୮ କୋଟି ଟଙ୍କାରେ (୩.୫ ନିୟୁତ ଡଲାର୍) ନିଲାମ ହେବା ପାଇଁ ‘ଡାର୍କ ୱେବ୍’ରେ ଛଡ଼ାଯାଇଥିବା କଥା ‘ପିଟିଆଇ’ ନେତା ଫୱାଦ୍ ଚୌଧରୀ କହିଥିବା କଥା ‘ଏକ୍ସପ୍ରେସ୍ ଟ୍ରୁବ୍ୟୁନ୍ ରିପୋର୍ଟ କରିଛି।
ସରକାରୀ ଅଧିକାରୀମାନଙ୍କ ଅଡିଓ କ୍ଲିପ୍ ସବୁ ଲିକ୍ ହୋଇଥିବା ଘଟଣାରେ ମର୍ମାହତ ହୋଇ ଚୌଧରୀ କହିଛନ୍ତି, ଆଣବିକ ଅସ୍ତ୍ରଧାରୀ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ସୁରକ୍ଷିତ ନୁହେଁ।
Image Courtesy of Zee Newsପ୍ରଧାନମନ୍ତ୍ରୀ ଓ ଜଣେ ସରକାରୀ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଥାଇ ଲିକ୍ ହୋଇଥିବା ଗୋଟାଏ ଅଡିଓ କ୍ଲିପ୍ ବିଷୟରେ ମନ୍ତବ୍ୟ ଦେଇ ଫୱାଦ୍ କହିଛନ୍ତି ନିଷ୍ପତ୍ତି ସବୁ ଲଣ୍ଡନରେ ଗ୍ରହଣ କରାଯାଇଥିବା କଥା କଥାବାର୍ତ୍ତାରୁ ଜଣାପଡୁଛି। ଏହି ଅଡିଓ କ୍ଲିପ୍ରେ ଭାରତରୁ ଜ୍ବାଇଁଙ୍କର ମେସିନାରି ଆମଦାନି ପାଇଁ ଅସୁବିଧା ଦୂର କରିବା ପାଇଁ ମରିୟାମ୍ ନୱାଜ୍ ଶେହ୍ବାଜ୍ ଶରିଫ୍ଙ୍କୁ କହୁଛନ୍ତି।
Image Courtesy of Latestlyଲିକ୍ ହୋଇଥିବା ଅଡିଓ କ୍ଲିପ୍ରେ ‘ପାକିସ୍ତାନ ମୁସ୍ଲିମ୍ ଲିଗ୍-ଏନ୍’ର ଉପାଧ୍ୟକ୍ଷ ମାରିୟମ୍, ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍, ଆଇନ ମନ୍ତ୍ରୀ ଆଜମ୍ ତାରାର୍, ଗୃହମନ୍ତ୍ରୀ ରାନା ସନାଉଲ୍ଲା ଏବଂ ପୂର୍ବତନ ଏନ୍ଏ ବାଚସ୍ପତି ଆୟାଜ୍ ସିଦିକ୍ବି ପ୍ରଧାମନ୍ତ୍ରୀ ଶେହ୍ବାଜ୍ ସରିଫ୍ଙ୍କ ସହିତ କରିଥିବା ଆଳାପ ଶୁଣାଯାଉଛି।
ଦେଶର ନିରାପତ୍ତା ଏଜେନ୍ସିଙ୍କୁ ସମାଲୋଚନା କରି ଚୌଧରୀ କହିଛନ୍ତି, ରାଜନୈତିକ ମାମଲାରୁ ସମୟ ମିଳିଲେ ସିନା ସେମାନେ ଏଭଳି ସ୍ପର୍ଶକାତର ବିଷୟ ପ୍ରତି ଧ୍ୟାନ ଦିଅନ୍ତେ।
ଏ ଘଟଣା ବିଷୟରେ ସରକାରୀ ଅଧିକାରୀଙ୍କ ମୌନତା ଦେଖି ଚୌଧରୀ ବିସ୍ମିତ ହୋଇଥିବା କଥା ‘ଏକ୍ସପ୍ରେସ୍ ଟ୍ରୁବ୍ୟୁନ୍’ ରିପୋର୍ଟ କରିଛି।
Follow Us