୪୯ ବର୍ଷ ବୟସରେ ପାକିସ୍ତାନୀ ସାଂସଦ ଆମୀର ଲିୟାକତଙ୍କ ମୃତ୍ୟୁ, ଫେବ୍ରୁଆରିରେ କରିଥିଲେ ତୃତୀୟ ବିବାହ

୪୯ ବର୍ଷ ବୟସରେ ପାକିସ୍ତାନୀ ସାଂସଦ ଆମୀର ଲିୟାକତଙ୍କ ମୃତ୍ୟୁ, ଫେବ୍ରୁଆରିରେ କରିଥିଲେ ତୃତୀୟ ବିବାହ

ଇସଲାମାବାଦ: ପାକିସ୍ତାନର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯାଉଥିବା ଟେଲିଭିଜନ ଉପସ୍ଥାପକ ତଥା ଇମ୍ରାନ୍ ଖାନଙ୍କ ରାଜନୈତିକ ଦଳ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇର)ର ସାଂସଦ ଆମିର୍ ଲିୟାକତଙ୍କ ମୃତ୍ୟୁ। ମାତ୍ର ୪୯ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେ ତାଙ୍କ ଘରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ ଏବଂ ତାଙ୍କୁ ଆଗା ଖାନ ବିଶ୍ୱବିଦ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁକୁ ନିଶ୍ଚିତ କରି ପିଟିଆଇ ନେତା ଜମାଲ ସିଦ୍ଦିକି କହିଛନ୍ତି ଯେ ଆମୀର ଲିୟାକତଙ୍କ ଜଣେ କର୍ମଚାରୀ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ବୁଧବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ହେଲେ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ। ଗୁରୁବାର ସକାଳେ ସେ ଜୋରରେ ପାଟି କରିବାରୁ ତାଙ୍କ ଗୃହ ସହାୟକ କବାଟ ଭାଙ୍ଗି ତାଙ୍କ ରୁମକୁ ଯାଇଥିଲେ। ଭିତରକୁ ଯିବା ପରେ ସେ ଅଚେତ ଥିବା ଦେଖି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିିଥିଲେ।  ଶବ ବ୍ୟବଚ୍ଛେଦ ପରେ ଆମୀର ଲିୟାକତଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ହୃୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

पीटीआई सांसद आमिर लियाकत की मौत aajtak

ଏହା ପୂର୍ବରୁ ନିଜର ତୃତୀୟ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ ଆମୀର୍ ଲିୟାକତ। ଆମୀର୍ ଲିୟାକତଙ୍କ ଦ୍ଵିତୀୟ ପତ୍ନୀଙ୍କ ସହ ତାଙ୍କର ଛାଡପତ୍ରର ୨୪ ଘଣ୍ଟା ବି ହୋଇ ନଥିବା ବେଳେ ଆମୀର୍ ନିଜ ତୃତୀୟ ବିବାହ ବିଷୟରେ ଗର୍ବର ସହ ସୋସିଆଲ୍ ମିଡିଆରେ ଘୋଷଣା କରି ଦେଇଥିଲେ। ଆମୀର୍ ଲିୟାକତ୍ ଅନେକ ସମୟରେ ଆପତ୍ତିଜନକ ବୟାନବାଜି ପାଇଁ ଚର୍ଚ୍ଚାରେ ରହୁଥିଲେ। କିନ୍ତୁ ତାଙ୍କର ପ୍ରଶଂସକ ଅନେକ ଅଛନ୍ତି ଯାହାଫଳରେ ୨୦୧୮ ନିର୍ବାଚନରେ ଇମ୍ରାନ୍ ଖାନ୍ ତାଙ୍କୁ ଦଳୀୟ ଟିକେଟ୍ ଦେଇଥିଲେ ଓ ସେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe