ଲଣ୍ଡନ୍‌ରେ ବଡ଼ଭାଇ ନୱାଜ୍‌ ଶରିଫ୍‌ଙ୍କୁ ଭେଟିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌

Advertisment
ଲଣ୍ଡନ୍‌ରେ ବଡ଼ଭାଇ ନୱାଜ୍‌ ଶରିଫ୍‌ଙ୍କୁ ଭେଟିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌

Image Courtesy of NDTV

ଲଣ୍ଡନ୍‌: ଦେଶରେ ସୃଷ୍ଟି ହୋଇଥିବା ଉତ୍କଟ ରାଜନୈତିକ ଏବଂ ଆର୍ଥିକ ସମସ୍ୟା ସଂକ୍ରାନ୍ତରେ ପରାମର୍ଶ କରିବା ଲାଗି ବୁଧବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌ ଲଣ୍ଡନ୍‌ରେ ବଡ଼ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ଙ୍କୁ ଭେଟିଥିଲେ।

ଶେହ୍‌ବାଜ୍‌ଙ୍କ ସାଥି‌ରେ ଯାଇଥିଲେ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନୱାଜ୍‌ ପାର୍ଟି’ର (ପିଏମ୍‌ଏଲ୍‌-ଏନ୍‌) ୧୦ ବରିଷ୍ଠ ନେତା। ସେମାନେ ହେଉଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଅସିଫ୍‌, ସୂଚନା ମନ୍ତ୍ରୀ ମରିୟମ୍‌ ଔରଙ୍ଗଜେବ୍‌, ଯୋଜନା ମନ୍ତ୍ରୀ ଆଶାନ୍‌ ଇକ୍‌ବଲ୍‌, ଶକ୍ତିମନ୍ତ୍ରୀ ଖୁରମ୍‌ ଦସ୍ତଗିର, ଅର୍ଥମନ୍ତ୍ରୀ ମିଫ୍‌ତା ଇସ୍‌ମାଇଲ୍‌ ଏବଂ ରେଳବାଇ ମନ୍ତ୍ରୀ  ୱାଜା ସାଦ୍‌ ରଫିକ୍‌ ଇତ୍ୟାଦି।

publive-image Image Courtesy of The Hindu

ବୈଠକରେ ବଡ଼ଭାଇ ଶରିପ୍‌ ସାନଭାଇ ଶେହ୍‌ବାଜ୍‌ଙ୍କ ପିଠି ଥାପୁଡ଼ାଉ ଥିବାର ଭିଡିଓ କ୍ଲିପ୍‌ ଏବଂ ଶେହ୍‌ବାଜ୍‌ ତାଙ୍କୁ କୋଳାଗ୍ରତ କରୁଥିବାର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଅନ୍ୟ ଏକ ଫଟୋରେ ଦେଖାଯାଉଛି, ଦୁଇ ଭାଇ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି।

ଉକ୍ତ ବୈଠକ ସଂକ୍ରାନ୍ତରେ ସବିଶେଷ ବିବରଣୀ କିଂବା ଆଜେଣ୍ଡା ଏ ପର୍ଯ୍ୟନ୍ତ ସେୟାର୍‌ କରାଯାଇନାହିଁ। କିନ୍ତୁ, ବୈଠକ ଶେଷ ହେବାକ୍ଷଣି, ସୂଚନା ମନ୍ତ୍ରୀ ମରିୟମ୍‌ ଔରଙ୍ଗ୍‌ଜେବ୍‌ କହିଲେ ଯେ, ଦଳର ମୁଖ୍ୟଙ୍କୁ ଦଳର ନେତାମାନେ ପାକିସ୍ତାନର ସାମାଜିକ, ଆର୍ଥିକ ଏବଂ ରାଜନୈତିକ ପରିସ୍ଥିତି ସଂକ୍ରାନ୍ତରେ ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ସହ ସରାକାରଙ୍କ ଆଜେଣ୍ଡା ଓ ଯୋଜନା ବିଷୟରେ ଚୁମ୍ବକେ ଅବଗତ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe