ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଡିଓ ଲିକକୁ ନେଇ ଜୋରଦାର ଚର୍ଚ୍ଚା

Advertisment

କକେଇ ଶେହଵାଜଙ୍କୁ ଭାରତର ଯନ୍ତ୍ରାଂଶ ମାଗିଲେ ଝିଆରୀ!

କକେଇ ଶେହଵାଜଙ୍କୁ ଭାରତର ଯନ୍ତ୍ରାଂଶ ମାଗିଲେ ଝିଆରୀ!

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଡିଓ ଲିକକୁ ନେଇ ଜୋରଦାର ଚର୍ଚ୍ଚା

ଲାହୋର: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଜଣେ ସରକାରୀ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଲିକ୍ ହୋଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ, ପିଏମଏଲ-ଏନର ଉପାଧ୍ୟକ୍ଷ ଥିବା ମରିୟମ ନୱାଜ ତାଙ୍କ ଜ୍ୱାଇଁଙ୍କ ପାଇଁ ପ୍ରଧାନମନ୍ତ୍ରୀ ତଥା ତାଙ୍କ କକେଇ ଶାହବାଜ ସରିଫଙ୍କ ନିକଟରେ ଏକ ଦାବି କରିଛନ୍ତି | ଯାହାକୁ ନେଇ ଏବେ ପାକିସ୍ତାନରେ ଜୋରଦାର ଆଲୋଚନା ଚାଲିଛି | ଏହି ଅଡିଓରେ ମରିୟମ ତାଙ୍କ ଜ୍ୱାଇଁଙ୍କ ପାଇଁ ଭାରତରୁ ପାୱାର ପ୍ଲାଣ୍ଟ ଯନ୍ତ୍ରପାତି ଆମଦାନି କରିବାକୁ ଦାବି କରିଥିଲେ। ଶେହବାଜ ସରିଫ ଏନେଇ ସରକାରୀ କର୍ମଚାରୀଙ୍କ ସହ ଗୁପ୍ତ କଥା ହୋଇଥିଲେ। ଏହାର ଅଡିଓ ଭାଇରାଲ ହୋଇଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଜଣେ ଅଧିକାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓକୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ଫୱାଦ ଚୌଧୁରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।


ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମରିୟମ ନୱାଜଙ୍କ ଜ୍ବାଇଁଙ୍କ ବାବଦରେ ଏହି କ୍ଲିପରେ ଆଲୋଚନା ହେଉଛି। ଦୁଇ ମିନିଟରୁ ଅଧିକ ସମୟର ଅଡିଓ ରେକର୍ଡିଂ କ୍ଲିପରେ ଏକ ସ୍ୱର ଶୁଣିବାକୁ ମିଳୁଛି | ଯାହାକି ଶେହବାଜ ସରିଫଙ୍କର ବୋଲି କୁହାଯାଉଛି | ଏଥିରେ ଶୁଣିବାକୁ ମିଳୁଛି ଯେ, 'ମରିୟମ ନୱାଜ ସରିଫ ତାଙ୍କ ଜ୍ୱାଇଁ ରାହିଲଙ୍କ ପାଇଁ ଭାରତରୁ ପାୱାର ପ୍ଲାଣ୍ଟ ଯନ୍ତ୍ରାଂଶ ଆଣିବାକୁ କହିଛନ୍ତି'। ଆଉ ଏହା ପରେ ସରକାରୀ ଅଧିକାରୀ ଜଣକ କହିଛନ୍ତି ଯେ, ' ଯଦି ଆମେ ଏହା କରିବା ତେବେ ଏହି ମାମଲା ଇସିସି ଏବଂ କ୍ୟାବିନେଟକୁ ଯିବ, ସେତେବେଳେ ଆମେ ଅନେକ ସମାଲୋଚନାର ସମ୍ମୁଖୀନ ହେବା'।

ଏହା ପରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସ୍ୱର ଶୁଣିବାକୁ ମିଳୁଛି ଯେ "ଜ୍ବାଇଁ, ମରିୟମ ନୱାଜଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ତାଙ୍କୁ ଏହି ବିଷୟରେ କୁହ ଏବଂ ତା’ପରେ ମୁଁ ତାଙ୍କ ସହ କଥା ହେବି।" ସୂଚନା ଥାଉ କି ଯେ ମରିୟମ ନୱାଜଙ୍କ ଝିଅ ମେହେରୁନିସା ଡିସେମ୍ବର ୨୦୧୫ରେ ଶିଳ୍ପପତି ଚୌଧୁରୀ ମୁନିରଙ୍କ ପୁଅ ରାହିଲଙ୍କୁ ବିବାହ କରିଥିଲେ'। ତେବେ ଇମ୍ରାନ ଖାନଙ୍କ ଦଳର ନେତାମାନେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe