‘ଜି୨୦’ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇ ନଥିବାରୁ ପାକିସ୍ତାନ ନାଗରିକ ଦେଲେ ଏଭଳି ପ୍ରତିକ୍ରିୟା

Advertisment
‘ଜି୨୦’ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇ ନଥିବାରୁ ପାକିସ୍ତାନ ନାଗରିକ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀ ପାଇଁ ଅନେକଦିନରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅନେକ ପରିଶ୍ରମ ପରେ ଆଜି ‘ଜି୨୦’ ଶିଖର ସମ୍ମିଳନୀର ସକାଳ ଅଧିବେଶନ ଫଳପ୍ରଦ ହୋଇଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଚଳିତବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଆମେରିକା,ବ୍ରିଟେନ, କାନାଡା,ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ୨୦ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅନ୍ୟ ବହୁ ଦେଶର ନେତା ମଧ୍ୟ ଯୋଗ ଦେଇଛନ୍ତି।

ଜି-୨୦ ସମ୍ମିଳନୀକୁ ନେଇ ସାରା ଦିଲ୍ଲୀରେ ଅଦ୍ଭୁତପୂର୍ବ ସଜ୍ଜସଜ୍ଜ‌ା ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାବ୍ୟତୀତ ଦିଲ୍ଲୀରେ ନବ ନିର୍ମିତ ଭାରତ ମଣ୍ଡପକୁ ମଧ୍ୟ ଆକର୍ଷଣୀୟ ଶୈଳୀରେ ସଜ୍ଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରାୟ ୧୫ଟି ରାଷ୍ଟ୍ର ନେତାଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ। ଏ ନେଇ ପୂରା ବିଶ୍ବର ନିଜର ଭାରତ ଉପରେ ରହିଛି।

ତେବେ ଜି-୨୦ ଶିଖର ସମ୍ମିଳନୀର ଏହି ଭବ୍ୟ ଆୟୋଜନକୁ ଦେଖି ପାକିସ୍ତାନ ବାଉଳା ହୋଇଯାଇଛି। ଏହି କ୍ରମରେ ପାକିସ୍ତାନର ଏକ ୟୁଟ୍ୟୁବ ଚାନେଲ ‘ରିୟଲ ଏଣ୍ଟରଟେନ‌ମେଣ୍ଟ’ ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ ଉପସ୍ଥାପକ ପ‌ାକିସ୍ତାନର ଜନତାଙ୍କ ପାଖକୁ ଯାଇ ଭାରତରେ ହେଉଥିବା ଜି-୨୦ ସମ୍ମିଳନୀକୁ ନେଇ ଆଲୋଚନା କରିଛନ୍ତି। ଆଉ କହିଛନ୍ତି କି ଭାରତ ଏ‌ତେ ଆଗକୁ ବଢ଼ିଗଲାଣି କି ସେଠାରେ ଜି-୨୦ ସମ୍ମିଳନୀ ଆୟୋଜନ ହେଉଛି। ବିଶ୍ବର ଶୀର୍ଷ ନେତା ଭାରତରେ ଅଛନ୍ତି। ପାକିସ୍ତାନ କାହିଁକି ପଛରେ ରହିଗଲା?

ଏହାର ଉତ୍ତରରେ ପାକିସ୍ତାନ ଜନତା କହିଛନ୍ତି, ‘‘ଆମକୁ ଏଥିପାଇଁ ବହୁତ ଦୁଃଖ ଲାଗୁଛି। ଭାରତ ଆମକୁ ଜି-୨୦ ସମ୍ମିଳନୀକୁ ଡାକିଲା ନାହିଁ। ଆମେ ପରମାଣୁ ଶକ୍ତି, ଆମକୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ।’’

ଆଉଜଣେ ପାକିସ୍ତାନୀ ନାଗରିକ ଭାରତକୁ ସମର୍ଥନ କରି କହିଛନ୍ତି, ‘‘ଆମର ସରକାର ଯେମିତି କୌଣସି ଦେଶ ଆମକୁ ପଚାରିବ ନାହିଁ। ଭାରତ ସହିତ ପାକିସ୍ତାନର ତୁଳନା କରିହେବ ନାହିଁ। କାରଣ ସେ ଚନ୍ଦ୍ରରେ ଯାଇ ପହଞ୍ଚିଲାଣି।’’

ଅନ୍ୟପକ୍ଷରେ ଦେଖିବାକୁ ଗଲେ ପାକିସ୍ତାନ ଜି-୨୦ର ସଦସ୍ୟ ହିଁ ନୁହେଁ। କିନ୍ତୁ ଭାରତ ଜି-୨୦ର ସଦସ୍ୟ ବ୍ୟତୀତ ଏମିତି କିଛି ଦେଶକୁ ନିମନ୍ତ୍ରଣ କରିଛି ଯେଉଁମାନେ ଜି-୨୦ର ସଦସ୍ୟ ନୁହନ୍ତି। ତେବେ ପାକିସ୍ତାନ ସହିତ ଭାରତର ସମ୍ପର୍କ ଭଲ ନଥିବାରୁ ଏହି ନିମନ୍ତ୍ରଣ ଆମ ପାଖକୁ ଆସିନାହିଁ ବୋଲି ପାକ୍ ନାଗରିକ ମତ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe