ଖାଲିସ୍ତାନୀ ଆତଙ୍କବାଦକୁ ଆଉଥରେ ସକ୍ରିୟ କରି ଦେଶରେ ଅସ୍ଥିରତା ପାଇଁ ପାକିସ୍ତାନ ଆରମ୍ଭ କରିଛି ଜୋରଦାର ପ୍ରୟାସ: ଗୁଇନ୍ଦା ରିପୋର୍ଟ

ଖାଲିସ୍ତାନୀ ଆତଙ୍କବାଦକୁ ଆଉଥରେ ସକ୍ରିୟ କରି ଦେଶରେ ଅସ୍ଥିରତା ପାଇଁ ପାକିସ୍ତାନ ଆରମ୍ଭ କରିଛି ଜୋରଦାର ପ୍ରୟାସ: ଗୁଇନ୍ଦା ରିପୋର୍ଟ

News18

ନୂଆଦିଲ୍ଲୀ: ଏକ ସମୟରେ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ଖାଲିସ୍ତାନ ଆନ୍ଦୋଳନ ନାମରେ ଆରମ୍ଭ ହୋଇଥିବା ଆତଙ୍କବାଦ ଓ ଏଥିରେ ସାମିଲ ଥିବା ଖାଲିସ୍ତାନୀ ଆତଙ୍କବାଦୀମାନଙ୍କୁ ଆଉ ଥରେ ସକ୍ରିୟ କରିବା ସହ ସେମାନଙ୍କ ଜରିଆରେ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ଏବେ ଯୋଜନା ବଦ୍ଧ ଭାବେ ଉଦ୍ୟମ ଆରମ୍ଭ କରିଥିବା ଜାଣିବା ପାଇଁ ମିଳିଛି। ଏ ସଂପର୍କରେ ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ତଥ୍ୟ ଓ ପ୍ରମାଣ ଭିତ୍ତିରେ ପ୍ରସ୍ତୁତ ଏକ ରିପୋର୍ଟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ପ୍ରଦାନ କରାଯିବା ପରେ ପାକିସ୍ତାନର ଏହି ଜଘନ୍ୟ ଯୋଜନାର ପର୍ଦ୍ଦାଫାଶ ହୋଇଛି।

ଇତିମଧ୍ୟରେ ଲୁଧିଆନା ଓ ପଞ୍ଜାବରୁ ପୁଲିସ୍‌ ଏକାଧିକ ଖାଲିସ୍ତାନୀ ଆଡ୍ଡାକୁ ଠାବ କରିବା ସହ ସେଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିବାରେ ମଧ୍ୟ ସମର୍ଥ ହୋଇଛି। ଏମାନଙ୍କ ନିକଟକୁ ଏହି ସମସ୍ତ ଅସ୍ତ୍ରଶସ୍ତ୍ର ପାକିସ୍ତାନ ସୀମାପଟୁ ଡ୍ରୋନ୍‌ ସାହାଯ୍ୟରେ ଚାଲାଣ କରା ଯାଇଥିବା ଅନୁସନ୍ଧାନ କାଳରେ ସ୍ପଷ୍ଟ ହୋଇଛି। ଏଥିସହ ଫରିଦ୍‌କୋଟ୍‌ରେ ନର୍ସ ଭାବେ କାର୍ଯ୍ୟ କରୁଥିବା ଜନୈକା ମହିଳା ଓ ଦୁବାଇରେ ଡ୍ରାଇଭର ରୂପେ ନିଯୁକ୍ତ ଥିବା ଜନୈକ ବ୍ୟକ୍ତିକୁ ଲୁଧିଆନାରୁ ଗିରଫ କରାଯିବା ପରେ ଗୁଇନ୍ଦା ବିଭାଗ ସେମାନଙ୍କୁ ଜେରା କରିବା ଏ ଘଟଣା ସଂପର୍କରେ ଅନେକ କିଛି ତଥ୍ୟ ସେମାନଙ୍କ ଠାରୁ ଆଦାୟ କରିଛି। କେବଳ ଡ୍ରୋନ୍‌ ସାହାଯ୍ୟରେ ନୁହେଁ ହରିୟାଣା ଓ ରାଜସ୍ଥାନ ବାଟ ଦେଇ ମଧ୍ୟ ପାକିସ୍ତାନ ଏମାନଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ସମେତ ନଗଦ ଟଙ୍କା ମଧ୍ୟ ପଠାଉଥିବା ଜଣାପଡ଼ିଛି।

publive-image Times Now

ଏସବୁ ଘଟଣା ଜଣା ପଡ଼ିଯିବା ପରେ ପାକିସ୍ତାନ ପ୍ରୋତ୍ସାହନରେ ଖାଲିସ୍ତାନୀ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଦେଶର କୌଣସି ଠାରେ ଗୁପ୍ତରେ କୌଣସି ଟ୍ରେନିଂ କ୍ୟାମ୍ପର ଆୟୋଜନ କରାଯାଉଛି ନା ନାହିଁ ତାହାର ଖୋଜ୍‌ ଆରମ୍ଭ ହେବା ସହ ସମଗ୍ର ପଞ୍ଜାବକୁ ଏବେ ହାଇଆର୍ଲଟ ଓ ଗୁଇନ୍ଦା ବିଭାଗର ତୀକ୍ଷ୍ଣ ନଜର ମଧ୍ୟରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe