ଏସ୍‌ସିଓ ବୈଠକରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ‌ଭାରତର ବିରୋଧ

Advertisment
ଆମ ଦୁର୍ଭାଗ୍ୟ ଯେ ପାକିସ୍ତାନ ଆମ ପଡ଼ୋଶୀ : ଜୟଶଙ୍କର

The Indian Express

ତାଜିକିସ୍ଥାନ : କଜାଖସ୍ତାନର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ପାକିସ୍ତାନ ଭାରତ ମାମଲାରେ ଅନେକ ଦ୍ବିପାକ୍ଷିକ ପ୍ରସଙ୍ଗ ଉଠାଇବାରୁ ଭାରତ ଏହାର କଡ଼ା ବିରୋଧ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ଥାନ ଦ୍ୱାରା ଜମ୍ମୁ କାଶ୍ମୀରର ଦ୍ୱିପାକ୍ଷିକ ପ୍ରସଙ୍ଗକୁ ଏସସିଓର ଏଜେଣ୍ଡାକୁ ଅଣାଯିବା ନିନ୍ଦନୀୟ ବୋଲି କହିଛନ୍ତି। ପାକିସ୍ତାନର ଏଭଳି ଉଦ୍ୟମ କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏସସିଓ ସଦସ୍ୟ ରାଷ୍ଟ୍ରଙ୍କ ବୈଠକରେ କାଶ୍ମୀର ପ୍ରସଙ୍ଗ ଆଲୋଚନା କରି ପାକିସ୍ତାନ ଆଞ୍ଚଳିକ ଶାନ୍ତି ଓ ସ୍ଥିରତାର ଭୁଲ୍‌ ବ୍ୟାଖ୍ୟା କରୁଛି ବୋଲି ଜୟଶଙ୍କର ମନ୍ତବ୍ୟ ଦେଇଛନ୍ତି। ସମସାମୟିକ ବାସ୍ତବତାକୁ ବୁଝିବା ପରିବର୍ତ୍ତେ ପାକିସ୍ତାନ ଏକ ଭିନ୍ନ ଏଜେଣ୍ଡାରେ ଚାଲିଥିବାରୁ ଭାରତ ଏଭଳି ନୀତିକୁ କଦାପି ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe