ଭାରତ ଆମ ନୀରିହ ନାଗରିକଙ୍କୁ ଆତଙ୍କୀ କହି ମାରୁଛି; ହାଶିମ୍ ନିପାତ ହେବା ପରେ ପାକିସ୍ତାନର ବୟାନ

ସଫଳ ହୋଇଛି ଭାରତୀୟ ସେନାର ଅପରେସନ ମହାଦେବ। ସୋମବାର ଅପରେସନ ମହାଦେବ ଆରମ୍ଭ କରି ଭାରତୀୟ ସେନ‌େ ୩ଆତଙ୍କବାଦୀଙ୍କୁ ନିପାତ କରିଥିଲା। ୩ଜଣଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ।

New Project (2)

ଶ୍ରୀନଗର: ସଫଳ ହୋଇଛି ଭାରତୀୟ ସେନାର ଅପରେସନ ମହାଦେବ। ସୋମବାର ଅପରେସନ ମହାଦେବ ଆରମ୍ଭ କରି ଭାରତୀୟ ସେନ‌େ ୩ଆତଙ୍କବାଦୀଙ୍କୁ ନିପାତ କରିଥିଲା। ୩ଜଣଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ। ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥ‌ା ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାଶିମ ମୂସା ନିପାତ ହେବା ପରେ ଏବେ ପାକିସ୍ତାନ ଛଟପଟ ହେଉଥିବା ଜଣାପଡ଼ିଛି। ହାଶିମ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ କରୁଥିଲା। 

ହାଶିମ ମୂସାକୁ କେବଳ ପହଲଗାମ ଆକ୍ରମଣର ଷଡଯନ୍ତ୍ରକାରୀ ଭାବରେ ବିବେଚନା କରାଯାଉନଥିଲା, ବରଂ ସେ ସୋନମାର୍ଗ ସୁଡ଼ଙ୍ଗ ଆକ୍ରମଣ ପାଇଁ ମଧ୍ୟ ଦାୟୀ ଥିଲା। ସୋନମାର୍ଗର ଜେଡ୍-ମୋର୍ହ ଟନେଲ୍ ନିକଟରେ ହୋଇଥିବା ଆକ୍ରମଣରେ ୬ଜଣ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ମଧ୍ୟ ଲସ୍କର ସହିତ ଜଡିତ ଆତଙ୍କବାଦୀମାନେ କରିଥିଲେ। ଏଥିରେ ହାଶିମ ମୂସା ମଧ୍ୟ ସାମିଲ ଥିଲା। ଏହାକୁ ଭାରତ ପାଇଁ ବଡ଼ ସଫଳତା ଭାବେ ବିବେଚନା କରାଯାଉଥିବା ‌ବେଳେ ମୂସାକୁ ନୀରିହ ବୋଲି କହିଛି ପାକିସ୍ତାନ।

ପାକିସ୍ତାନର ଇଂରାଜୀ ଖବରକାଗଜ 'ଡନ୍' ତାର ରିପୋର୍ଟରେ ପାକିସ୍ତାନୀ ସୁରକ୍ଷା ସୂତ୍ରକୁ ଉଦ୍ଧୃତ କରି ଲେଖିଛି ଯେ, "ଅପରେସନ୍ ମହାଦେବ ନାମରେ ଭାରତ ମିଥ୍ୟା ଏନକାଉଣ୍ଟର କରୁଛି। ଭାରତୀୟ ଏଜେନ୍ସିଗୁଡ଼ିକ ଏଭଳି ନିର୍ଦ୍ଦୋଷ ପାକିସ୍ତାନୀମାନଙ୍କୁ ଏନକାଉଣ୍ଟର ପାଇଁ ବ୍ୟବହାର କରୁଛନ୍ତି, ଯେଉଁମାନଙ୍କୁ ଭାରତ ବଳପୂର୍ବକ ଅଟକ ରଖିଛି। ନୀରିହ ନାଗରିକଙ୍କୁ ହତ୍ୟା କରି ଭାରତ ସେମାନଙ୍କୁ ପାକିସ୍ତାନ ଆତଙ୍କବାଦୀ କହୁଛି। ଭାରତୀୟ ଜେଲରେ ୭୨୩ ଜଣ ପାକିସ୍ତାନୀ ନାଗରିକ ବନ୍ଦୀ ଅଛନ୍ତି। ଅଟକ ଲୋକଙ୍କୁ ପାକିସ୍ତାନ ବିରୋଧରେ ବୟାନ ଦେବାକୁ ବାଧ୍ୟ କରାଯାଉଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe