ପୁଣି ଭାରତୀୟ ସିନେମା ଓ ଧାରାବାହିକ ଉପରେ ନିଷେଧାଦେଶ ଜାରି କଲା ପାକିସ୍ତାନ; ସ୍ଥାନୀୟ ଚ୍ୟାନେଲ୍‌ରେ ହେବନାହିଁ ପ୍ରସାରଣ

Advertisment
ପୁଣି ଭାରତୀୟ ସିନେମା ଓ ଧାରାବାହିକ ଉପରେ ନିଷେଧାଦେଶ ଜାରି କଲା ପାକିସ୍ତାନ; ସ୍ଥାନୀୟ ଚ୍ୟାନେଲ୍‌ରେ ହେବନାହିଁ ପ୍ରସାରଣ

ଇସ୍‌ଲାମବାଦ୍‌: ପାକିସ୍ତାନର ଘରୋଇ ଚ୍ୟାନେଲ୍‌ରେ ଭାରତୀୟ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଦର୍ଶନ ଉପରେ ପୁଣି ଥରେ ପାକିସ୍ତାନର  ସୁପ୍ରିମ୍‌କୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ପାକିସ୍ତାନୀ ଟେଲିଭିଜନରେ ବିଦେଶୀ କାର୍ଯ୍ୟକ୍ରମର ପ୍ରସାର ସମ୍ବନ୍ଧିତ ୟୁନାଇଟେଡ୍‌ ପ୍ରଡ୍ୟୁସର୍‌ସ ଆସୋସିଏସନ୍‌ ଦ୍ୱାରା ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି।

ଶୁଣାଣି ସମୟରେ ପାକିସ୍ଥାନର ମୁଖ୍ୟ ବିଚାରପତି ମିଆନ୍‌ ସକିବ୍‌ ନିସାର୍‌ ନିଷେଧାଦେଶ ଜାରି କରିବା ସହ ସ୍ପଷ୍ଟ କରିଛନ୍ତି ଯେ କର୍ତ୍ତୃପକ୍ଷ କେବଳ ଉପଯୁକ୍ତ କାର୍ଯ୍ୟକ୍ରମକୁ ପ୍ରସାରଣ କରିବେ।

ନିସାର ଆହୁରି ବି କହିଛନ୍ତି କି ‘ସେମାନେ ଆମର ଡ୍ୟାମ୍‌ ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଇ ପାରୁଛନ୍ତି। ଆଉ ଆମେ ତାଙ୍କ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇ ପାରିବା ନାହିଁ?’

ଉଲ୍ଳେଖଯୋଗ୍ୟ, ୨୦୧୬ ମସିହାରେ ପାକିସ୍ଥାନ ଇଲେକ୍‌ଟ୍ରୋନିକ୍ସ ମିଡିଆ ରେଗୁଲେଟାରି ଅଥରିଟି (ପେମରା) ଭାରତୀୟ କାର୍ଯ୍ୟକ୍ରମର ପ୍ରସାରଣ ଉପରେ ତାଙ୍କର ସ୍ଥାନୀୟ  ଟିଭି ଚ୍ୟାନେଲ୍‌ ଓ ରେଡିଓ ଚ୍ୟାନେଲ୍‌ରେ ନିଷେଧାଦେଶ ଜାରି କରିଥିଲା। ପରେ ୨୦୧୭ ମସିହାରେ ଲହୋର ହାଇକୋର୍ଟ ସେହି ନିଷେଧାଦେଶ ହଟେଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe