ଜୟଶଙ୍କରଙ୍କ କଶ୍ମୀର ବୟାନକୁ ପାକିସ୍ତାନର ପ୍ରତ୍ୟାଖ୍ୟାନ

କଶ୍ମୀରକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ପାକିସ୍ତାନ । ପାକିସ୍ତାନ ଏହି ବୟାନକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛି।

pak

ଇସ୍ଲାମାବାଦ : କଶ୍ମୀରକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ପାକିସ୍ତାନ । ପାକିସ୍ତାନ ଏହି ବୟାନକୁ ଭିତ୍ତିହୀନ ବୋଲି ଖଣ୍ଡନ କରିବା ସହ ଜାତିସଂଘ କଥା ଉଠାଇବା ଆରମ୍ଭ କରିଛି। ବୁଧବାର ଥାମ୍ ହାଉସ୍ ଥିଙ୍କଟ୍ୟାଙ୍କରେ ଏକ ଅଧିବେଶନରେ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କାଶ୍ମୀରର ଅଂଶ ଫେରିବା ପରେ କଶ୍ମୀର ବିବାଦର ସମାଧାନ ହେବ। ଜୟଶଙ୍କରଙ୍କ ବୟାନ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାର ଜବାବ ଦେଇଛି। ମୁଖପାତ୍ର ଶଫକତ ଅଲ୍ଲୀ ଖାନ୍ ଜୟଶଙ୍କରଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିବା ସହ ଭାରତକୁ କାଶ୍ମୀରର ଯେଉଁ ଅଂଶକୁ ନିଜ ଅକ୍ତିଆରରେ ରଖିଛି ତାହାଖାଲି କରିବାକୁ ଆହ୍ୱାନ ଦେଇଛନ୍ତି।

ଏସ୍ ଜୟଶଙ୍କରଙ୍କ ବୟାନ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାର ଜବାବ ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଶଫକତ ଅଲ୍ଲୀ ଖାନ୍ ଜୟଶଙ୍କରଙ୍କ ମନ୍ତବ୍ୟକୁ ଖାରଜ କରିବା ସହ କହିଛନ୍ତି ଯେ “ଭାରତକୁ କାଶ୍ମୀରର ସେହି ଅଂଶକୁ ଖାଲି କରିବାକୁ ହେବ ଯାହାକୁ ଭାରତ କବଜା କରି ରଖିଛି ।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe