୧୪୭ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛାଡ଼ିଲା ପାକିସ୍ତାନ

Advertisment
୧୪୭ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛାଡ଼ିଲା ପାକିସ୍ତାନ

ଇସ୍‌ଲାମାବାଦ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ୧୪୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ସରକାର ଖଲାସ କରିଛନ୍ତି। ୮ ମାସ ତଳେ ଏହି ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ତଟରକ୍ଷୀ ବାହିନୀ ବନ୍ଦୀ କରି କରାଚୀ ଜେଲ୍‌ରେ ରଖିଥିଲା। ମତ୍ସ୍ୟଜୀବୀମାନେ ଅନ୍ତର୍ଜାତୀୟ ଜଳସୀମା ଉଲ୍ଲଂଘନ କରିଥିବା ପାକିସ୍ତାନ ଅଭିଯୋଗ କରିଥିଲା। ଡିସେମ୍ବର ୨୮ ତାରିଖ ଦିନ ପାକିସ୍ତାନ ୧୪୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଖଲାସ କରିଥିବା ବେଳେ ଆଜି ଆଉ ୧୪୭ ଜଣଙ୍କୁ ଖଲାସ କରିଛି। ଛାଡ଼ ପାଇଥିବା ମତ୍ସ୍ୟଜୀବୀଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ସେମାନଙ୍କୁ କରାଚିରୁ ଲାହୋର ଅଣାଯାଇଥିବା ବେଳେ ସେଠାରୁ ସେମାନଙ୍କୁ ଓ୍ଵାଘା ସୀମାକୁ ଆଣି ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ପାକିସ୍ତାନର ସ୍ୱେଚ୍ଛାସେବୀ ସଂଗଠନ ଇଧି ଫାଉଣ୍ଡେସନ ପକ୍ଷରୁ ଏହି ମତ୍ସ୍ୟଜୀବୀଙ୍କ ସମସ୍ତ ଫେରିବା ଖର୍ଚ୍ଚ ବହନ କରାଯାଉଛି । ଏବେ ବି ପାକିସ୍ତାନରେ ଆଉ ୨୬୨ ଜଣ ଭାରତୀୟ ମତ୍ସ୍ୟଜୀବୀ ମାଲିର୍‌ ଜେଲ୍‌ରେ ବନ୍ଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe