ପିଓକେରେ ଭାରତ ଜିନ୍ଦାବାଦର ସ୍ଲୋଗାନ ପରେ ପାକିସ୍ତାନ ଜାରି କଲା ସହାୟତା ପାଣ୍ଠି

Advertisment
ପିଓକେରେ ଭାରତ ଜିନ୍ଦାବାଦର ସ୍ଲୋଗାନ ପରେ ପାକିସ୍ତାନ ଜାରି କଲା ସହାୟତା ପାଣ୍ଠି

ଇସଲାମାବାଦ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଚାରି ଦିନ ଧରି ଚାଲିଥିବା ହିଂସାତ୍ମକ ପ୍ରଦର୍ଶନ ଶେଷ ହୋଇଛି। ଏହି ବିରୋଧକୁ ବନ୍ଦ କରିବା ପାଇଁ ପାକିସ୍ତାନ ସରକାର ୨୩ ବିଲିୟନ ଟଙ୍କାର ସହାୟତା ପାଣ୍ଠି ଜାରି କରିଛନ୍ତି। ଯାହା ପରେପିଓକେରେ ହିଂସାକାଣ୍ଡ ବନ୍ଦ ହେବା ଆରମ୍ଭ ହୋଇଛି। ତେବେ ଚାରି ଦିନ ଧରି ଚାଲିଥିବା ହିଂସାରେ ତିନି ଜଣ ପ୍ରାଣ ହରାଇଥିଲେ ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ୟୁକେ ଭିତ୍ତିକ ୟୁନାଇଟେଡ୍ କଶ୍ମୀର ପିପୁଲ୍ସ ନ୍ୟାସନାଲ ପାର୍ଟି (ୟୁକେପିଏନପି) କହିଛି ଯେ ଏହା ପିଓକେ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରିବ। ୟୁକେପିଏନପି କହିଛି ପାକିସ୍ତାନ ଦ୍ୱାରା ଜାରି ପାଣ୍ଠି ଦ୍ବାରା ପିଓକେ ଲୋକମାନେ ଶସ୍ତା ବିଦ୍ୟୁତ ଏବଂ ଗହମ ପାଇପାରିବେ। କିନ୍ତୁ ପିଓକେର ଲୋକମାନେ ମାନବ ଅଧିକାର, ଅନ୍ୟାୟ, ଅସମାନତା ଏବଂ ପ୍ରାକୃତିକ ସମ୍ପଦର ଶୋଷଣର ଯନ୍ତ୍ରଣା ଭୋଗୁଛନ୍ତି। ପାକିସ୍ତାନ ଏହି ସମସ୍ତ ଅଭାବକୁ ସଂଶୋଧନ କରିବା ଆବଶ୍ୟକ, ଯାହା ଦ୍ବାରା ପିଓକେରେ ଶାନ୍ତି ଫେରାଇ ଆଣାଯାଇପାରିବ।

ପାକିସ୍ତାନର ଅଭିଯୋଗ ଥିଲା ଯେ, ଆୱାମି ଆକ୍ସନ୍ କମିଟି ସୁଚିନ୍ତିତ ଭାବେ ବିରୋଧ ପ୍ରଦର୍ଶନକୁ ହିଂସାତ୍ମକ ରୂପରେ ପରିଣତ କରିଛି। ତେବେ ଆୱାମୀ ଆକ୍ସନ କମିଟି କହିଛି ଯେ ସେମାନେ ଶୁକ୍ରବାର ଦିନ ଶାନ୍ତିପୂର୍ଣ୍ଣ ବିରୋଧ ଆରମ୍ଭ କରିଥିଲେ। କିନ୍ତୁ କିଛି ବାହାର ଲୋକ ସେମାନଙ୍କ ବିରୋଧ ପ୍ରଦର୍ଶନରେ ପ୍ରବେଶ କରି ହିଂସା ଆରମ୍ଭ କରିଥିଲେ, ଯାହା ଦ୍ବାରା ଦଳକୁ ବଦନାମ କରାଯାଇପାରିବ। ଏହି ହିଂସାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ।

ସୂଚନାଯୋଗ୍ୟ ଯେ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୪୦ ପ୍ରତିଶତରୁ ଅଧିକ ହୋଇଛି। ଏଭଳି ପରିସ୍ଥିତିରେ ମଙ୍ଗଳା ଡ୍ୟାମରୁ ଉତ୍ପାଦିତ ଟିକସମୁକ୍ତ ବିଦ୍ୟୁତ୍ ଏବଂ ଗହମ ଉପରେ ସ୍ଥାନୀୟ ଲୋକେ ସବସିଡି ମାଗିଥିଲେ। ଉଭୟ ଦାବି ପୂରଣ ପାଇଁ ପାକିସ୍ତାନ ସରକାର ୨୩ ବିଲିୟନ ଟଙ୍କାର ସହାୟତା ପାଣ୍ଠି ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe