୩ ନିହତ ଖଲିସ୍ତାନୀ ନେତାଙ୍କ ଚିତ୍ରସମ୍ବଳିତ କର୍ତାରପୁର କରିଡର୍‌ ଭିଡିଓ ରିଲିଜ୍‌ କଲା ପାକିସ୍ତାନ

୩ ନିହତ ଖଲିସ୍ତାନୀ ନେତାଙ୍କ ଚିତ୍ରସମ୍ବଳିତ କର୍ତାରପୁର କରିଡର୍‌ ଭିଡିଓ ରିଲିଜ୍‌ କଲା ପାକିସ୍ତାନ

Image Source: India Today

ଚଣ୍ଡିଗଡ଼: ଦିନକ ତଳେ କର୍ତାରପୁର କରିଡର୍‌ ଉପରେ ପାକିସ୍ତାନ ସରକାର ରିଲିଜ୍‌ କରିଥିବା ଭିଡିଓ ଗୀତ ନୂଆ ବିବାଦ ସୃଷ୍ଟି କରିଛି।

କର୍ତାରପୁର କରିଡର୍‌ର ଉନ୍ମୋଚନୀ ଗୀତରେ ଶିଖ ଯାତ୍ରୀ ଏବଂ ଦେଶର ବହୁ ଭାଗରେ ଥିବା ଗୁରୁଦ୍ୱାର ସବୁର ଚିତ୍ର ରହିଛ ଏବଂ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇସାରିଲାଣି। କିନ୍ତୁ ତିନି ଜଣ ନିହତ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଫଟୋ ଥିବାରୁ ଏ ଭିଡିଓ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ବିଶେଷ ଦୃଷ୍ଟି ଆକର୍ଷଣ କରିଛି।

ଭିଡିଓର ପୃଷ୍ଠଭୂମୀରେ ପ୍ରଦର୍ଶୀତ ଗୋଟିଏ ଚିତ୍ରରେ ଦେଖାଯାଉଛି ଜର୍ଣ୍ଣେଲ୍‌ ସିଂହ ଭିନ୍ଦ୍ରାନ୍‌ଓ୍ଵାଲେ, ଅମରିକ ସିଂହ ଖଲସା ଏବଂ ମେଜର୍‌ ଜେନେରାଲ୍‌ (ବହିଷ୍କୃତ) ଶାବେଗ୍‌ ସିଂହ। ଜୁନ୍‌ ୧୯୮୪ରେ ହୋଇଥିବା ଅପରେସନ୍‌ ବ୍ଲୁ ଷ୍ଟାର୍‌ରେ ଏହିସବୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାମାନେ ନିହତ ହୋଇଥିଲେ।

publive-image Image Source: The Times of India

ପାକିସ୍ତାନ ଓ ଭାରତର ଅନେକ ଗୁରୁଦ୍ୱାରରେ ସେମାନଙ୍କ ଫଟୋ ଥିବାରୁ ଏହି ଭିଡିଓରେ ଥିବା ପୋଷ୍ଟର୍‌ କାହାକୁ ଆଚମ୍ବିତ କରିପାରି ନାହିଁ। ସ୍ୱର୍ଣ୍ଣ ମନ୍ଦିର ପରିଧିରେ ସେମାନଙ୍କ ସମ୍ମାନାର୍ଥେ ସ୍ମାରକୀଟିଏ ବି ରହିଛି।

ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କହିଥିଲେ ଯେ ଶିଖ୍‌ ସମ୍ପ୍ରଦାୟ ପ୍ରତି ଅଚାନକ ପ୍ରୀତି ଏବଂ କରିଡର୍‌ ଖୋଲିବାକୁ ସମ୍ପ୍ରଦାୟ ୭୦ ବର୍ଷ ଅପେକ୍ଷା କରିବା ପ୍ରସଙ୍ଗରେ ପାକିସ୍ତାନକୁ ବିଶ୍ୱାସ କରାଯାଇ ନ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe